Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
August 2019
M T W T F S S
     
 1234
567891011
12131415161718
19202122232425
262728293031  

ରାଉରକେଲାର ଶିକ୍ଷୟିତ୍ରୀ ଶ୍ରାବଣୀ ପୁରୀଙ୍କୁ ରାଷ୍ଟ୍ରପତି ପୁରସ୍କାର

Date : September 6th, 2013
Share : | More

ରାଉରକେଲା: ଗତକାଲି ଜାତୀୟ ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ ଅବସରରେ ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି୤ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏମ୍‌.ପାଲାମ ରାଜୁ ଓ ଅନ୍ୟ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୂର୍ବରୁ ଘୋଷିତ ହୋଇଥିବା ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରିଥିଲେ୤ ରାଉରକେଲା ରିଜର୍ଭ ପୋଲିସ୍‌ ଲାଇନ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରାବଣୀ ପୁରୀ ସୁନ୍ଦରଗଡ଼ ଜିଲ୍ଲାରୁ ଏକମାତ୍ର ଶିକ୍ଷକ ଭାବେ ଏହି ପୁରସ୍କାର ପାଇଛନ୍ତି୤ ପୁରସ୍କୃତ ଅତିଥିମାନେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ୤ ସମଗ୍ର ଦେଶରେ ମୋଟ ୩୭୮ ଜଣ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିଲାବେଳେ ସେଥିମଧ୍ୟରେ ଓଡ଼ିଶାର ୧୧ ଜଣ ରହିଛନ୍ତି୤ ଏଥିରେ ପୁରସ୍କାର ସ୍ବରୂପ ପ୍ରତି ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନଗଦ ୨୫ ହଜାରଟଙ୍କା ପ୍ରଦାନ କରାଯିବା ସହ ମାନପତ୍ର ଆଦି ମଧ୍ୟ ଦିଆଯାଇଥାଏ୤

୨୦୧୦ ବର୍ଷରେ ରାଉରକେଲାରୁ ଏହି ପୁରସ୍କାର ରଶ୍ମିବାଳା ରାଉତରାୟ ପାଇଥିଲାବେଳେ ୨୦୧୧ ବର୍ଷ ପାଇଁ ରାଉରକେଲାରୁ କୌଣସି ଶିକ୍ଷକ ଏହି ପୁରସ୍କାର ପାଇ ନଥିଲେ୤ ଏହି କ୍ରମରେ ଶ୍ରୀମତୀ ପୁରୀ ୨୦୧୨ ମସିହା ପାଇଁ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ଇସ୍ପାତ ସହରର ବହୁ ଶିକ୍ଷକ ଶୁଭେଚ୍ଛା ଜଣାଇଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg