Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଉରକେଲାକୁ ସ୍ମାର୍ଟସିଟି କରିବା ପାଇଁ ଜନମତର ଆଧାର ହେଉଛି ପ୍ରମୁଖ ଭୂମିକା

Date : September 30th, 2015
Share : | More

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ମୁତାବକ ସ୍ମାର୍ଟ ସହର ଚୟନ ପ୍ରକ୍ରିୟାରେ ଓଡ଼ିଶାର ଦୁଇଟି ସହର ଭୂବନେଶ୍ୱର ଓ ରାଉରକେଲାକୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିଲା। ଏହି ଚୟନ ପ୍ରକ୍ରିୟାରେ ସାମିଲଥିବା ସମସ୍ତ ସହରମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ସହରକୁ ସ୍ମାର୍ଟ ସିଟି ପାଇଁ ଘୋଷଣା କରାଯାଇଥିବା କେନ୍ଦ୍ର ସରକାରଙ୍କ ୧୦୦ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ୧୦୦କୋଟି ଲେଖା ଅନୁଦାନ ପ୍ରଦାନ କରାଯିବ। କେଉଁ ସହର ଏହି ପ୍ରଥମ ୨୦ଟି ସହରର ମଧ୍ୟରେ ରହିବ ସେ ନେଇ ଏକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ନିୟମ ଅନୁସାରେ ସ୍ମାର୍ଟ ସିଟି ତାଲିକାଭୁକ୍ତ ସମସ୍ତ ସହର, ଏହି ଅନୁଦାନ ରାଶିର ବିନିଯୋଗ କିଭଳି ଓ କେଉଁ କେଉଁ ଯୋଜନାମାନଙ୍କରେ ଖର୍ଚ୍ଚ କରିବେ ସେ ନେଇ ବିଧିବଦ୍ଧ ଯୋଜନା ପ୍ରସ୍ତୁତି କ୍ରିବେ। ଏହି ଯୋଜନା ପ୍ରସ୍ତୁତିରେ ଯେଉଁ ସହରର ଆବଶ୍ୟକତା ଦୃଷ୍ଟିରୁ ଯୁକ୍ତିଯୁକ୍ତ ହୋଇପାରିବ, ସେମାନଙ୍କ ମଧ୍ୟରୁ ସବୁଠାରୁ ଭଲ ଯୋଜନା ପ୍ରସ୍ତୁତ କରିଥିବା ୨୦ଟି ସହରକୁ ପ୍ରଥମ ପର୍ଯ୍ୟାୟର ଅନୁଦାନ ମିଳିବା ପାଇଁ ସୁଯୋଗ ମିଳିବ।

ଏହି କ୍ରମରେ ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ରଉରକେଲା ମହାନଗର ନିଗମ କମିଶନର ଦୁର୍ଗାପ୍ରସାଦ ମହାପାତ୍ର ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ଏକ ବୈଠକରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷ କରି ଉକ୍ତ ଯୋଜନା ପ୍ରତ୍ସୁତି ପାଇଁ ଜନମତ ଗ୍ରହଣ ପ୍ରମୁଖ ଆଧାର ହୋଇଥିବାରୁ ଏହି ଜନମତ ସଂଗ୍ରହ ନିମନ୍ତେ ଉକ୍ତ ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ।

ଇତି ମଧ୍ୟରେ ସମଗ୍ର ରାଉରକେଲା ସହରକୁ ଏକ ସରସ, ସୁନ୍ଦର ସହରଭାବେ ଗଢି ତୋଳିବା ପାଇଁ ସହରର ବିଭିନ୍ନ ବର୍ଗଙ୍କୁ ସେମାନଙ୍କର ସ୍ୱପ୍ନର ରାଉରକେଲା ବାବଦରେ ମତାମତ ଆହ୍ୱାନ ପ୍ରକ୍ରିୟା ଜାରି ରହିଛି। ସହର ମଧ୍ୟ୍ୟରେ ରହୁଥିବା ଛାତ୍ର,ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ମହିଳାଙ୍କ ସମତେ ବସ୍ତିବାସିନ୍ଦା, ଦିନମଜୁରିଆଙ୍କ ମତାମତକୁ ମଧ୍ୟ ସମ୍ମାନ ଦେବାକୁ ଯାଇ ସହରର ବିଭିନ୍ନ ସ୍ଥାନମାନଙ୍କରେ ମହାନଗର ନିଗମ କତ୍ତୃପକ୍ଷ ଜନମତ ଗ୍ରହଣ ପ୍ରକ୍ରିୟା ଆୟୋଜନ କରିବା ସହ ପ୍ରତିଟି ଅଞ୍ଚଳବାସୀଙ୍କ ସମସ୍ୟା, ତାହାର ନିରାକରଣ ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ, ସେ ବାବଦରେ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପ୍ରକ୍ରିୟା ଆସନ୍ତା ଅକ୍ଟୋବର୍‌ ୧୦ ପର୍ଯ୍ୟନ୍ତ ଚାଲିବ। ପରେ ଅକ୍ଟୋବର୍‌ ୧୫ ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ଜନମତ ଆଧାରରେ ଏକ ଚିଠା ଯୋଜନା ପ୍ରସ୍ତୁତ ହେବ। ଏହି ଚିଠା ଯୋଜନା ବାବଦରେ ପୁଣି ଜନମତ ସଂଗ୍ରହ କରାଯାଇ ଚୁଡ଼ାନ୍ତ ଚିଠା ଯୋଜନା ପ୍ରତ୍ସୁତି ହେବ ଓ ଏଥିରେ ଆବଶ୍ୟକ ସଂଶୋଧନ ପରେ ଏହା କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ ହେବ।

ସ୍ମାର୍ଟ ସିଟିର ପରିକଳ୍ପନାର ମାନଚିତ୍ର ଅନୁସାରେ ସ୍ମାର୍ଟ ସହରର ବିକାଶ ୩ଟି ବ୍ୟବସ୍ଥା ମାଧ୍ୟମରେ ହେବାର ଯୋଜନା ରହିଛି। ଏଥିରୁ ପ୍ରଥମଟି ହେଉଛି ସହର ମଧ୍ୟରେ ବା ସହର ଉପକଣ୍ଠରେ ଥିବା ୫୦ ଏକର ପରିମିତ ଖାଲି ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଏକ ସ୍ମାର୍ଟ ଜନବସତି ସ୍ଥାପନର ବ୍ୟବସ୍ଥା। ଦ୍ୱିତୀୟଟି ହେଉଛି ସହର ମଧ୍ୟରେ ପୂର୍ବରୁ ରହିଥିବା ୨୫୦ ଏକର ଅଞ୍ଚଳର ଜାଗାକୁ ସମ୍ପୂର୍ଣ୍ଣ ଉନ୍ନତି କରାଯିବା ସହ ସ୍ମାର୍ଟ ଜନବସତି ପାଇଁ ସମସ୍ତ ବ୍ୟବସ୍ଥା କରିବା। ତୃତୀୟଟି ହେଉଛି ସହର ମଧ୍ୟରେ ବା ଉପକଣ୍ଠରେ ଥିବା ୫୦୦ ଏକର ପରିମିତ ଅଞ୍ଚଳରେ ଏକ ସରସ, ସୁନ୍ଦର ସହର ସ୍ଥାପନ ପାଇଁ ସମସ୍ତ ବ୍ୟବସ୍ଥା କରିବା।

ଏହା ସହିତ ସମଗ୍ର ରାଉରକେଲା ମହାନଗର ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା, ଜିପିଆର୍‌ଏସ୍‌ ବ୍ୟବସ୍ଥା ମାଧ୍ୟମରେ ବର୍ଜ୍ୟବସ୍ତୁ ପରିଚାଳନା ନିୟନ୍ତ୍ରଣ, ସ୍ଥାନ ଅଭାବରୁ ପାର୍କିଂ ସମସ୍ୟା ଓ ଏହାର ସମାଧାନ, ରାସ୍ତାଘାଟରେ ଯାତୟାତ ବ୍ୟବସ୍ଥାକୁ ସହଜ ଓ ସୁନ୍ଦର କରିବା, ବିଜୁଳି ସମସ୍ୟା ଓ ଏହାର ସମାଧାନ, ନାଗରିକମାନଙ୍କ ପାଇଁ ଉତ୍ତମ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାଟନକୁ ଉନ୍ନତି କରଣ କରିବା ସହିତ ଏହା ମାଧ୍ୟମରେ ରୋଜଗାର ଓ ଆତ୍ମନିଯୁକ୍ତି ସୃଷ୍ଟି, ଅନ୍‌ଲାଇନରେ ବିଭିନ୍ନ ସମସ୍ୟାମାନ ଅଭିଯୋଗ ଦେବା ଓ ଆଭିଯୋଗ ବାବଦରେ ପଦକ୍ଷେପ ଗ୍ରହଣର ସୂଚନା, ଶିକ୍ଷା ଓ ଖେଳକୁଦ ବାବଦରେ ଅଗ୍ରାଧିକାର ଭିତ୍ତିରେ ବ୍ୟବସ୍ଥା ଆଦି ପରିକଳ୍ପନାକୁ କିପରି ବାସ୍ତବ ରୂପ ଦିଆଯିବ, ସେ ନେଇ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରୁ ମତାମତ ସଂଗ୍ରହ ଜାରି ରହିଛି। ସହରବାସୀଙ୍କ ସହଯୋଗକୁ ପ୍ରଥମିକତା ଦେବା ସହ ବିଭିନ୍ନ ସମସ୍ୟା ବାବଦରେ ସେମାନଙ୍କର ମତାମତ ଖୋଲାଖୋଲି ଭାବରେ ଦେବାକୁ ମହାନଗର ନିଗମ ତରଫରୁ ନିବେଦନ କରାଯାଇଛି। ସହରରେ ବସବାସ କରୁଥିବା ସମସ୍ତ ନାଗରିକଙ୍କର ମତାମତ ପାଇବା ପାଇଁ ମହାନଗରନିଗମ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ mygov.in ପୋର୍ଟାଲର ସହାୟତା ନିଆଯାଉଛି। ଏହି ପୋର୍ଟାଲରେ ସହରବାସୀ ସ୍ୱତନ୍ତ୍ରଭାବେ ନିଜର ମତଦାନ ପାଇଁ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଇଣ୍ଟରନେଟ୍‌, ଇ-ମେଲ୍‌ ଓ ଫେସ୍‌ ବୁକ୍‌ ପରି ସୋସିଆଲ୍‌ ଗଣମାଧ୍ୟମର ସହଯୋଗ ମାଧ୍ୟମରେ ଜନମତ ସଂଗ୍ରହ ବ୍ୟବସ୍ଥା ହୋଇଛି।

ଉକ୍ତ ବୈଠକରେ ସ୍ମାର୍ଟ ସହର ପରିଯୋଜନା ନିମନ୍ତେ ପରାମର୍ଶଦାତା ସଂସ୍ଥାଭାବେ ନିଯୁକ୍ତ ଫିଡ଼ବ୍ୟାକ୍‌ ଇନଫ୍ରା କମ୍ପାନିର ବରିଷ୍ଠ ଅଧିକାରୀ ସତ୍ୟଜିତ ରାୟ ଗୁପ୍ତା ଉପସ୍ଥିତ ରହି ସହରର ଉନ୍ନତିକରଣରେ ସ୍ମାର୍ଟ ସିଟି ପ୍ରସ୍ତୁତି ପାଇଁ ସହରବାସୀଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg