Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ରାଉରକେଲାର ବିକାଶ ବଳି ପଡ଼ିଛି ରାଜନୀତି ପାଖରେ: ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ

Date : March 7th, 2013
Share : | More

ରାଉରକେଲା: ୬୦ ଦଶକରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ରାଉରକେଲା ଇସ୍ପାତ କାରଖାନା ସ୍ଥାପନା ପରେ ବସ୍ତୁତଃ ରଉରକେଲା ସହରର ବିକାଶ ଆରମ୍ଭ ହେଲା୤ ପରବର୍ତ୍ତୀ ସମୟରେ ଏହି ସହରର ବିକାଶ ଦିଗରେ ରାଉରକେଲା ଇସ୍ପାତ କାରଖାନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା୤ ପ୍ରକୃତ ପକ୍ଷେ ଇସ୍ପାତ କାରଖାନା ସ୍ଥାପନା ପରେ ପ୍ରାୟ ୫୦ବର୍ଷ ପର୍ଯ୍ୟନ୍ତ ଇସ୍ପାତ ସହରର କଳେବର ବୃଦ୍ଧି ଏବଂ ବିକାଶ ଦିଗରେ ବିଶେଷ କିଛି ପଦକ୍ଷେପ ସରକାରୀ ସ୍ତରରେ ଗ୍ରହଣ କରାଯାଇ ନଥିଲା୤ ୨୦୦୮ ମସିହାରେ ହୋଇଥିବା ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ପୌର ପରିଷଦର କ୍ଷମତା ହାସଲ କଲାପରେ ରାଉରକେଲା ସହର ବିକାଶ ଦିଗରେ କିଛି ଆଖିଦୃଶିଆ ପଦକ୍ଷେପ ଆରମ୍ଭ ହୋଇଥିଲା୤ ଏହାର ଫଳସ୍ବରୂପ ବୃହତ୍ତ ରାଉରକେଲା ପାଇଁ ସମନ୍ବିତ ଉନ୍ନୟନ ଯୋଜନା(ସିଡିପି), ବିସ୍ତୃତ ଜଳ ଓ ପରିମଳ ବ୍ୟବସ୍ଥା, ସହର ମଧ୍ୟରେ ଥିବା ରାସ୍ତାର ପ୍ରଶସ୍ତୀକରଣ ସହିତ ଆଲୋକୀକରଣ ଆଦି ଯୋଜନା ଆରମ୍ଭ ହୋଇଥିଲା୤ ଏହା ବ୍ୟତୀତ ବିର୍ଶା ଛକ ନିକଟରେ ଥିବା ପଡ଼ିଆରେ ଏକ ଷ୍ଟାଡିୟମ୍‌ ନିର୍ମାଣ, ବାସନ୍ତୀ କଲୋନୀଠାରେ ରେଳରାସ୍ତା ଉପର ଦେଇ ଓଭର ବ୍ରିଜ୍‌, ଉଦିତ୍‌ନଗରଠାରେ ଥିବା ପ୍ୟାରେଡ୍‌ ପଡ଼ିଆରେ ମିନି ଷ୍ଟାଡିୟମ୍‌ ପରି ଅନେକ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିଲା୤

୨୦୦୯ ମସିହାରେ ରାଉରକେଲା ବିଧାୟକଭାବେ ଦ୍ବିତୀୟ ଥର ପାଇଁ ସାରଦା ନାୟକ ନିର୍ବାଚିତ ହେବା ପରେ ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଏବଂ ପରେ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ନଗର ଉନ୍ନୟନ ମନ୍ତ୍ରୀ ରହିଥିଲେ୤ ଶ୍ରୀ ନାୟକଙ୍କ ମନ୍ତ୍ରୀତ୍ବ ସମୟରେ ରାଉରକେଲା ସହରର ବିକାଶ ଦିଗରେ ସମନ୍ବିତ ଉନ୍ନୟନ ପରିଯୋଜନା(ସିଡ଼ିପି)ର ଅଗ୍ରଗତି ବାବଦରେ ମଧ୍ୟ ପଦକ୍ଷେପ ନିଆଯାଇଥିଲା୤ ସେହିପରି ବେଶ୍‌ କିଛିବର୍ଷ ତଳେ ଏଠାରେ ଆରମ୍ଭ ହୋଇଥିବା ସଫ୍ଟୱେର୍‌ ଟେକ୍ନୋଲୋଜି ପାର୍କକୁ ବର୍ଦ୍ଧିତ ଏବଂ ବିକାଶ ପାଇଁ ଜମି ଅଧିଗ୍ରହଣ କରାଯାଇ ପାଚେରୀ ମଧ୍ୟ ନିର୍ମାଣ ସରିଛି୤ ଏହା ବ୍ୟତୀତ ଇସ୍ପାତ ସହରର କ୍ରମବର୍ଦ୍ଧମାନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂସ୍ଥା ଇଡ଼୍‌କୋ ପକ୍ଷରୁ ସ୍ଥାନୀୟ ସିଭିଲ୍‌ ଟାଉନ୍‌ସିପ୍‌ଠାରେ ଏକ ଅତ୍ୟାଧୁନିକ ବ୍ୟବସାୟିକ ପ୍ରତିଷ୍ଠାନ(ସପିଙ୍ଗ୍‌ ମଲ୍‌) ସ୍ଥାପନା ପାଇଁ ବ୍ୟବସ୍ଥା ହୋଇଥିଲା୤ ସମ୍ପ୍ରତି ଏହି ସମସ୍ତ ଯୋଜନା ଶିତଲ ଭଣ୍ଡାର ମଧ୍ୟରେ ଥିବା ଜଣାପଡ଼ିଛି୤

ଇତିମଧ୍ୟରେ ପ୍ରାୟ ୧୦ମାସ ହେଲା ସାରଦା ମନ୍ତ୍ରୀପଦରୁ ବିତାଡ଼ିତ ହେବା ପରେ ଗତ ଅଗଷ୍ଟମାସରୁ ରାଉରକେଲା ସହରର ଏକ ଅଂଶଭାବେ ଥିବା ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ସୁବ୍ରତ ତରାଇ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ପଦରେ ଅଛନ୍ତି୤ ସୁବ୍ରତ ମନ୍ତ୍ରୀ ହେବା ପରେ ଇସ୍ପାତ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପୂର୍ବ ପରି ଚାଲୁ ରହିବ ବୋଲି ରାଉରକେଲାବାସୀ ଆଶା ରଖିଥିଲେ୤ କିନ୍ତୁ ବିଗତ କିଛିମାସର କାର୍ଯ୍ୟକଳାପକୁ ଲକ୍ଷ୍ୟକଲେ ରାଉରକେଲାବାସୀଙ୍କ ଆଶା ନିରାଶାରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି୤ କାରଣ ବିଭିନ୍ନ ବିବାଦରେ ଥିବା ସାରଦାଙ୍କ ମନ୍ତ୍ରୀପଦ ଯିବାପରେ ଅପେକ୍ଷାକୃତ ବିବାଦୀୟ ହୋଇ ନଥିବା ସୁବ୍ରତ ପୂର୍ବରୁ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠିକଣା ବାଟରେ ଗତି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ତାହା ହୋଇନାହିଁ୤ ତେଣୁ ବସ୍ତୁତଃ ସହରର ବିକାଶକାର୍ଯ୍ୟ ଦିଗହରା ହୋଇଛି୤

ଚଳିତବର୍ଷ ରାଜ୍ୟର ବିଭିନ୍ନ ପୌରପରିଷଦ ପାଇଁ ନିର୍ବାଚନ ହେବାକୁ ଥିଲାବେଳେ ଚଳିତ ବର୍ଷ ବା ୨୦୧୪ ବର୍ଷ ଆରମ୍ଭରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବାର ଅଛି୤ ନିର୍ବାଚନ ଘୋଷଣା ହେବା ପରେ ଆଚରଣବିଧି ଲାଗୁ ହେଉଥିବାରୁ ସେହି ସମୟ ମଧ୍ୟରେ କୌଣସି ନୂତନ ଉନ୍ନୟନକାର୍ଯ୍ୟ ବାବଦରେ ସରକାରୀସ୍ତରରେ ଘୋଷଣା ହୋଇପାରିବ ନାହିଁ୤ ଏଭଳି ସ୍ଥିତିରେ ରାଉରକେଲା ସହର ପାଇଁ ବହୁ ପୂର୍ବରୁ ଘୋଷିତ ସିଡ଼ିପି, ଜଳ ଓ ପରିମଳ ଯୋଜନା, ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ହୋଇଥିବା ଯୋଜନା ଆଦି କିପରି ଓ କେବେ କାର୍ଯ୍ୟକାରୀ ହେବ ତାହା ଆଶଙ୍କା ମଧ୍ୟରେ ରହିଛି୤ ସେହିପରି ରାଉରକେଲା ପୌରପାଳିକାକୁ ବର୍ଦ୍ଧିତ କରି ଏହାକୁ ନଗର ନିଗମରେ ପରିଣତ କରିବା ପାଇଁ କିଛିବର୍ଷ ତଳେ ସେତେବେଳର ନଗର ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଛି୤

ଅନ୍ୟପକ୍ଷରେ ଚଳିତ ବର୍ଷ ହେବାକୁ ଥିବା ରାଉରକେଲା ପୌରପରିଷଦ ପାଇଁ ନିର୍ବାଚନ ପୂର୍ବରୁ ପୌରପାଳିକାରେ ବର୍ତ୍ତମାନର ୩୩ଟି ୱାର୍ଡକୁ ବର୍ଦ୍ଧିତ କରିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ୤ ପ୍ରାୟ ଦୁଇବର୍ଷ ତଳୁ ପୌରପାଳିକା ଅଧିନରେ ଇସ୍ପାତ ସହରର ସେକ୍ଟର-୨୨ ନିକଟରେ ଥିବା ଦକ୍ଷିଣ ରାଉରକେଲାର ଅନେକ ଅଞ୍ଚଳ ସହିତ ଜଗଦା ଓ ଝିରପାଣି ପଞ୍ଚାୟତ ଆଦିକୁ ପୌରପୋଳିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା୤ କିନ୍ତୁ ବର୍ତ୍ତମାନ ସ୍ଥିତିରେ କୌଣସି ନୁତନ ଅଞ୍ଚଳ ପୌରାଞ୍ଚଳରେ ସାମିଲ ହେବାର କୌଣସି ଆଶା ନାହିଁ୤

ଇସ୍ପାତ ସହରର ତଥା ଏହା ଆଖପାଖ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ରେଳସୁବିଧା୤ ୧୨୨ ବର୍ଷ ତଳୁ ରାଉରକେଲା ଦେଇ ରେଳଲାଇନ୍‌ ନିର୍ମାଣ ସହିତ ରେଳଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ରାଉରକେଲା ରେଳ ଷ୍ଟେସନ୍‌ର ବିକାଶ ଏବଂ ଏଠାକାର ଲୋକମାନଙ୍କ ପାଇଁ ରେଳ ଚଳାଚଳ ସୁବିଧା ସମୁଦ୍ରକୁ ସଂଖେ ସଦୃଶ ହୋଇଛି୤ ବାରମ୍ବାର ଦାବି ଓ ବିକ୍ଷୋଭ ଆଦି ସତ୍ତ୍ବେ ଆବଶ୍ୟକ ରାଜନୈତିକ ନୈତୃତ୍ବ ଅଭାବରୁ ଏଠାରେ ଆବଶ୍ୟକ ରେଳସୁବିଧାର ବିକାଶ ହୋଇପାରୁନାହିଁ୤

ସେହିପରି ୨୦୦୩ ମସିହାରୁ ଏଠାରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ କେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ବାବଦରେ କାହା ପାଖରେ କିଛି ଖବର ନାହିଁ୤ ବିଭିନ୍ନ ସମୟରେ ଏନେଇ ଅନେକ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଫଳ ଶୂନ୤ ଏହା ବ୍ୟତୀତ ରାଉରକେଲା ତଥା ଆଖପାଖ ଅଞ୍ଚଳର ଶିଳ୍ପଶ୍ରମିକମାନଙ୍କର ସ୍ବାସ୍ଥ୍ୟ ସେବା ପାଇଁ ପ୍ରାୟ ୪ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ହେବାକୁ ଥିବା ଇଏସ୍‌ଆଇ ସୁପର ସ୍ପେଶିଆଲିଟି ହସ୍‌ପିଟାଲ୍‌ ଓ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବି ହୋଇଆସୁଛି୤ ଭିତ୍ତିଭୂମି ଆବଶ୍ୟକତା ସହିତ ଅଧିକ ଇଏସ୍‌ଆଇସି ବୀମାଧାରୀ ସଦସ୍ୟ ଥିବାରୁ ଏହି ଅଞ୍ଚଳରେ ଉକ୍ତ ଅନୁଷ୍ଠାନ ସ୍ଥାପନା କରିବାର ଆବଶ୍ୟକତା ବାବଦରେ କେନ୍ଦ୍ର ସମେତ ରାଜ୍ୟ ସରକାର ସମସ୍ତେ ଅବଗତ ଅଛନ୍ତି୤ କିନ୍ତୁ କେଉଁ କାରଣରୁ ଏହି ଅନୁଷ୍ଠାନ ଏଠାରେ ସ୍ଥାପନା ହେବାରେ ବିଳମ୍ବ ହେଉଛି ସେ ବାବଦରେ କାହାରି ପାଖରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ୤

ଗୋଟିଏ ପଟେ ରାଜନୀତିର ପଶାପାଲି ମଧ୍ୟରେ ରାଉରକେଲାର ଶାସକ ଦଳର ମୁଖିଆମାନେ ମାତୁଥିଲାବେଳେ ରାଉରକେଲା ତଥା ଏହି ସହରବାସୀଙ୍କ ବିକାଶ ଓ ଉନ୍ନୟନ ଦିଗରେ କାହାରି ଉଦ୍ୟମ ନାହିଁ୤ ଏଭଳି ସ୍ଥିତିରେ କ୍ଷୁଦ୍ର ଭାରତ(ମିନି ଇଣ୍ଡିଆ) ସହର ତଥା ଶିଳ୍ପ ରାଜଧାନୀଭାବେ ପରିଗଣିତ ରାଉରକେଲା ସହରର ବିକାଶ ଏବଂ ଉନ୍ନୟନ ଯୋଜନା ଏବେ ଘୁଞ୍ଚିଘୁଞ୍ଚି ଯାଉଛି୤ ଯେତିକି ପ୍ରକଳ୍ପ ବା ଯୋଜନା ଆରମ୍ଭ ହୋଇଛି ସେଗୁଡ଼ିକର ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କେବେ ସମ୍ପୂର୍ଣ୍ଣ ହେବେ ତାହା ଏବେ ଆଲୋଚନାର ବିଷୟ ହୋଇଛି୤

Recently Published :
 

13 Responses

  1. Dillip says:

    same is the case with UIDSSMT and City Bus Service

  2. situn says:

    waise to jitna hai kuch karne nain de rahe hain…..rourkela se inko aur bheenk chahiye

    https://www.facebook.com/notes/odishalinks-odishagrowth/a-broad-campaign-that-could-benefit-many-parts-of-odisha-please-read-email-to-cm/10151776218602678

    now ppl of bbsr are running a campaign to push sail for upgradation of bpnsi puri by putting pressure @ sail rourkela…..and they are using the name odissa ra unnati..etcetc….

    we all should start a campaign to not to waste money in these 9tanki things

  3. situn says:

    see how beggars from bbsr are begging from sail rourkela to invest its money in bpnsi puri by using the name odisha..

    • Sourav says:

      Right…They Were Very Poor. But Now Setting Up All The Projects In There Area With Our Money, They Are Rich Enough… But Their Hunger Is Not Gone Yet.

  4. situn says:

    this is the same us based professor who was saying against rourkela in his website…by saying non capital city-capital city etcetc……why they are begging now????

  5. Sourav says:

    ଦାଣ୍ଡ ର ଭିକାରି ଆଜି ଆମ ଦାଣ୍ଡ କୁ ଭିକ ମାଗିବାକୁ ଆସିଛନ୍ତି… ସବୁବେଳେ ଆଉ କେତେ ଭିକ ଦେବା? ଆଉ ଦେବା ନାହିଂ । ଯଦି ଦରକାର ପଡେ ତେବେ ତାଙ୍କ ଠୁ ଛଡେଇ ଆଣିବା ।

  6. Dillip says:

    Be positive, nothing is going to happen like dis.

    But we should take action

  7. Vikrant says:

    When it comes to the development of Rourkela, especially like establishing institutions like BPUT, ESIC Medical College, these people come to protest, that nothing such can be established in a “tribal region” or in a non-capital city.

    Even the State Government is doing no development in Sundargarh district, each and every activity has been undertaken by SAIL under Corporate Social Responsibility Scheme. When the SAIL Chief meets the Chief Minister, requesting him to renew the lease of mines or to allocate new mines, CM gives no assurance, rather he directs SAIL to take care of all developmental activities at Sundargarh, even providing facilities at municipality schools.

    Please note that the Municipality of Rourkela is headed by BJD.

    While Odisha Government is actively encouraging private parties which are illegally exploiting mines, polluting and destroying natural resources, the pollution control board of the state has shut down units of RSP, tagging them as polluting,which has affected the production of the PSU.

    Even it is trying to destroy the beautiful Khandadhar Waterfall , so that POSCO can get the mining rights of Khandadhar mines.

    Many mines in Sundargarh have been shut down which has adversely affected the lives of thousands of workers and their families.

    Even the license of some mines has not been renewed, which are going to expire soon, which will affect the production , due to non availability of raw material.

    Biju Patnaik National Steel Institute was supposed to be established at Sundargarh, but unfortunately was established at Puri. Now due to crunch of funds, it is being shifted to Bhubaneswar. So in order to get funds, this “noble servant of the capital city” came into action

    I request you to take some immediate steps which will save the future of Sundargarh

    • umashankar mishra says:

      Hi Vikrant…whatever the notes u have mentioned that is correct at the same time some1 sud be there to take up the charge do something diffrent..

  8. Vikrant says:

    I would like that this msg should reach far and wide. It should to so called messiahs of garib and adivasis. It should reach to the trade unions

    • Sourav says:

      Its time now to come on the stage to show what state govt is doing with us. we can warn him against the unfair partiality being done to us since a long long time. Should go for the demand of M.corp or we will go to central govt for the demand of an Union Territory.. Thats all.

  9. situn says:

    rkltz are very good people

    victim of a 3rd class capital centric govt

  10. umashankar mishra says:

    Hi every1 this uma its the first time that i tweet something here, being a part of rourkelian i wish all u happy and prosperous holi..play safe :)

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg