Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ରାଉରକେଲା ସହର ପାଇଁ ସିଟି ବସ୍‌ ସେବା କେବେ ? ଲୋକପ୍ରତିନିଧିଙ୍କ ଚିନ୍ତା ନାହିଁ

Date : April 16th, 2013
Share : | More

ରାଉରକେଲା: କିଛିମାସ ତଳେ ଭୁବନେଶ୍ବର ସହର ପାଇଁ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା ପରବର୍ତ୍ତୀ ସମୟରେ କଟକ ଓ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି୤ ନିକଟରେ ରାଜ୍ୟର ଅନ୍ୟ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ମଧ୍ୟ ସିଟି ବସ୍‌ ସେବା ଅରମ୍ଭ ହେବା ପାଇଁ ନିଷ୍ପତ୍ତି ହୋଇଛି୤ ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇସ୍ପାତ ସହର ରାଉରକେଲା ପାଇଁ ସିଟି ବସ୍‌ ସେବା କେବେ ଆରମ୍ଭ ହେବ ସେ ବାବଦରେ କେହି ଚିନ୍ତା କରୁଥିବା ସୂଚନା ନାହିଁ୤ ୬୦ ଦଶକରେ ରାଜ୍ୟର ପ୍ରଥମ ବୃହତ୍ତ ଶିଳାଞ୍ଚଳ ତଥା ଶିଳ୍ପନଗରୀ ଭାବେ ରାଉରକେଲା ସହର ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା୤ ପରବର୍ତ୍ତୀ ସମୟରେ ଏଠାରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ବସବାସ କରିବା ଆରମ୍ଭ କରିଥିଲେ୤ ଏହା ଫଳରେ ଏହି ସହର ଏକ ସର୍ବଭାରତୀୟ ସହରରେ ପରିଣତ ହେବା ସହ ଦିନକୁ ଦିନ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା୤

୨୦୧୧ ମସିହାରେ ହୋଇଥିବା ଜନଗଣନା ମୁତାବକ ଆଜିର ରାଉରକେଲା ସହର ବା ବୃହତ୍ତର ରାଉରକେଲାର ଲୋକସଂଖ୍ୟା ୫ଲକ୍ଷରୁ ଊର୍ଦ୍ଧ୍ବ ହେବ୤ ସେହିପରି କିଛିବର୍ଷ ପୂର୍ବେ ସମନ୍ବିତ ଉନ୍ନୟନ ଯୋଜନା(ସିଡିପି) ମାଧ୍ୟମରେ ବିକଶିତ ରାଉରକେଲା ସହର ପାଇଁ ହୋଇଥିବା ଯୋଜନାରେ ସାମିଲ ହେବାକୁ ଥିବା ଅଞ୍ଚଳକୁ ମିଶାଇଲେ ରାଉରକେଲା ସହରର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ୭ ଲକ୍ଷରେ ପହଞ୍ଚିଛି୤ ଏଭଳି ସ୍ଥିତିରେ ରାଉରକେଲା ବିଧାୟକ ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସାରଦା ନାୟକଙ୍କ ସମେତ ବର୍ତ୍ତମାନର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇ ଉକ୍ତ ସମସ୍ୟା ବାବଦରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି୤

ବୃହତ୍ତର ରାଉରକେଲା ପାଇଁ ସିଟି ବସ୍‌ ସେବା ବାବଦରେ ଆଲୋଚନା କରିବା ପୂର୍ବରୁ ଏହି ସହରର ବିଭିନ୍ନ ରାସ୍ତା ବାବଦରେ ସୂଚନା ଦେବା ଆବଶ୍ୟକ୤ ଇସ୍ପାତ ସହରର ବିଭିନ୍ନ ରାସ୍ତାମଧ୍ୟରେ ଯାନବାହାନ ଚଳାଚଳ ପାଇଁ ସବୁଠାରୁ ଭଲ ରାସ୍ତାଭାବେ ଇସ୍ପାତ ଶିଳ୍ପ ସହରାଞ୍ଚଳରେ ଥିବା ରିଂ-ରୋଡ୍‌ ପରିଚିତ୤ ଇସ୍ପାତ ସହରଞ୍ଚାଳର ବିଭିନ୍ନ ସେକ୍ଟର ସମେତ ଅନ୍ୟ ଅଞ୍ଚଳ ପାଇଁ ଏହି ରିଂ-ରୋଡ୍‌ରୁ ସଂଯୋଗ ରାସ୍ତା ରହିଛି୤ ସେହିପରି ସହରର ମୁଖ୍ୟରାସ୍ତା ଭାବେ ପରିଚିତ ବିଶ୍ରା ଛକରୁ ଉଦିତ୍‌ନଗର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣର କୌଣସି ସୁଯୋଗ ନଥିବାରୁ ଉଦିତ୍‌ନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପ୍ରାୟ ୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା୤ ଏହା ସତ୍ତ୍ବେ ମାତ୍ର ୫ କିଲୋମିଟର ଦୂରତା ଥିବା ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଅଦ୍ୟାବଧି ଅସମ୍ପୂର୍ଣ୍ଣ ରହିଛି୤ ଅନ୍ୟପକ୍ଷରେ ହନୁମାନ ବାଟିକା ଦେଇ ଯାଇଥିବା ବାଇପାସ୍‌ ରୋଡ୍‌ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିଲାବେଳେ ଏହାକୁ ସଂଯୋଗ କରୁଥିବା ମହତାବ୍‌ ରୋଡ୍‌ ସମ୍ପ୍ରସାରଣ ବାବଦରେ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ୤ ଏହା ବ୍ୟତୀତ ସହରର ଅନ୍ୟତମ ବ୍ୟସ୍ତବହୁଲ ଅଞ୍ଚଳ ଭାବେ ପରିଚିତ କୋଏଲ୍‌ ନଗର, ବାସନ୍ତୀ କଲୋନୀ ଓ ସିଭିଲ୍‌ ଟାଉନସିପ୍‌ ଆଦି ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବା କେତେକ ସ୍ଥାନରେ ଆରମ୍ଭ ମଧ୍ୟ ହୋଇନାହିଁ୤

ଅନ୍ୟ ପକ୍ଷରେ ସହରର ବନ୍ଧମୁଣ୍ଡା, ବିଶ୍ରା, ଲାଠିକଟା, କଲୁଙ୍ଗା ଓ ଛେଣ୍ଡ୍‌ ଆଦି ଅଞ୍ଚଳରେ ଆଭ୍ୟନ୍ତରୀଣ ରାସ୍ତାଗୁଡ଼ିକର ଅବସ୍ଥା ଭଲନୁହେଁ୤ ଏସବୁ ସତ୍ତ୍ବେ ମଧ୍ୟ ସହରବାସୀଙ୍କ ଆବଶ୍ୟକତା ଓ ଯୋଗାଯୋଗ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ଏକ ସୁସଙ୍ଗଠିତ ସିଟିବସ୍‌ ସେବାର ଆବଶ୍ୟକତା ରହିଛି୤ ଏଥିପାଇଁ ନିମ୍ନରେ ପ୍ରଦତ୍ତ କେତେକ ପ୍ରସ୍ତାବ ଉପରେ ବିଚାର କରାଯାଇପାରିଲେ ଏହା ବ୍ୟସାୟିକ ଦୃଷ୍ଟିରୁ ଲାଭବାନ ମଧ୍ୟ ହୋଇପାରନ୍ତା୤

୧. ରାଉରକେଲା ମୁଖ୍ୟ ବସ୍‌ଷ୍ଟାଣ୍ଡ୍‌ରୁ(ରାମୁବ)- ବିଶ୍ରା ଛକ-ଛେଣ୍ଡ୍‌ ଛକ- କଳିଙ୍ଗ ବିହାର ଭାୟା ଆମ୍ବାଗାନ୍‌ ଛକ
୨. ରାମୁବ-ଝିରପାଣି ଭାୟା କୋଏଲ ନଗର
୩. ରାମୁବ-ବନ୍ଧମୁଣ୍ଡା ଭାୟା ବିଶ୍ରା
୪. ରାମୁବ-ଦେଓଗାଁ ଛକ- ସାରନଗରୀ ରଙ୍ଗୀଲା ଛକ-ଆଇଡିଏଲ୍‌-ଦେଶାଇ ନଗର
୫. ରାମୁବ-ମୁନିସିପାଲ୍‌ କଲେଜ୍‌ ଛକ-ହନୁମାନ ବାଟିକା-ଏସ୍‌ଟିଆଇ ଛକ-ପାନପୋଷ ଛକ- ବେଦବ୍ୟାସ ଛକ
୬. ରାମୁବ-ଆମ୍ବାଗାନ୍‌ ଛକ- ସେକ୍ଟର ୧୫-ସେକ୍ଟର ୧୩
୭. ରାମୁବ-ହାନୁମାନ ବାଟିକା ଛକ-ପାନପୋଷ ଛକ-ବେଦବ୍ୟାସ ଛକ-କଲୁଙ୍ଗା ଶିଳ୍ପାଞ୍ଚଳ
୮.ରାମୁବ-ପାନପୋଷ ଛକ-ବେଦବ୍ୟାସ ଛକ-କାଂସବାହାଲ୍‌ ଛକ-ମନ୍ଦିରା ଡ୍ୟାମ୍‌
୯. ରାମୁବ-ପାନପୋଷ ଛକ-ବେଦବ୍ୟାସ ଛକ-କୁଆଁରମୁଣ୍ଡା
୧୦. ରାମୁବ-ସେକ୍ଟର ୨ ଛକ-ଏନଆଇଟି
୧୧. ରାମୁବ-ମ୍ୟୁନିସିପାଲ୍‌ ଛକ-ହନୁମାନ ବାଟିକା ଛକ-ଛେଣ୍ଡ୍‌ ଛକ-ଅଭିଜ୍ଞାନ ଛକ-କଳିଙ୍ଗ ବିହାର ଭାୟା ବିପିୟୁଟି କ୍ୟାମ୍ପସ୍‌
୧୨.ରାମୁବ-ଦେଓଗାଁ ଛକ-ଜଲ୍‌ଦା-ଲାଠିକଟା ଭାୟା ରଙ୍ଗୀଲା ଛକ(ସାର ନଗରୀ)

ଉପରୋକ୍ତ ପ୍ରସ୍ତାବିତ ରାସ୍ତା ବ୍ୟତୀତ ନିମ୍ନରେ ଥିବା ଅନ୍ୟ କେତେକ ରାସ୍ତାକୁ ମଧ୍ୟ ପ୍ରସ୍ତାବିତ ସେବା ମଧ୍ୟରେ ନିଆଯାଇପାରେ୤ ଯଥା:

୧. ରାମୁବ-ଆମ୍ବାଗାନ୍‌ ଛକ-ଆଇଜିଏଚ୍‌ ଛକ- ହମିରପୁର
୨. ରାମୁବ-ମ୍ୟୁନିସିପାଲ୍‌ କଲେଜ୍‌ ଛକ- ହନୁମାନ ବାଟିକା ଛକ- ଡିଏଭି ସ୍କୁଲ୍‌ ଛକ-ବାସନ୍ତୀ କଲୋନୀ
୩. ରାମୁବ-ଆମ୍ବାଗାନ୍‌ ଛକ-ସେକ୍ଟର-୧୪ ଛକ-ଛେଣ୍ଡ୍‌ ଛକ-କଳିଙ୍ଗ ବିହାର(ବିଜୁ ପଟ୍ଟନାୟକ ଛକ)

ଉପରୋକ୍ତ ପ୍ରସ୍ତାବ ମୁତାବକ ରାଉରକେଲାରେ ସରକାରୀ ସ୍ତରରେ ସିଟି ବସ୍‌ ସେବା ଚଳାଚଳ ପାଇଁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆର୍‌ଡ଼ିଏ) ମାଧ୍ୟମରେ ବିଧିବଦ୍ଧ ପ୍ରସ୍ତାବ ପଠାଯିବାର ଆବଶ୍ୟକତା ରହିଛି୤ ଏହା ପରେ ଯାଇ ରାଜ୍ୟ ନଗର ଓ ଗୃହ ନିର୍ମାଣ ବିଭାଗ ଏହା ଉପରେ ଆବଶ୍ୟକ ରିପୋର୍ଟ ଦେଲେ ଯାଇ ରାଜ୍ୟ ସରକାର ଏବାବଦରେ ଆବଶ୍ୟକ ପଦକ୍ଷେପ ନେବେ୤ କିନ୍ତୁ ବେଶ୍‌ କିଛିଦିନ ଧରି ଆର୍‌ଡ଼ିଏ ସ୍ଥାଣୁ ଅବସ୍ଥାରେ ରହିଥିବାରୁ ଉକ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ କିପରି ଦିଆଯିବ ତାହା ଚର୍ଚ୍ଚାର ବିଷୟ୤

ଏଭଳି ସ୍ଥିତିରେ ରାଜ୍ୟର ଅନ୍ୟତମ ବୃହତ୍ତ ସହର ଭାବେ ପରିଗଣିତ ରାଉରକେଲା ସହରରେ ସିଟି ବସ୍‌ ସେବା କେବେ ଓ କିପରି ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଲୋକପ୍ରତିନିଧି ବିଶେଷ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ପଦକ୍ଷେପ ନେବା ନିମନ୍ତେ ଦାବି ହେଉଛି୤

Recently Published :
 

5 Responses

  1. Dillip says:

    great news.

    But I think the proposal was forwarded by RDA alongwith CDA.

    We need to have a RTI on dat

  2. Dillip says:

    and a PIL too. It was the procedure adopted by Cuttack to get Bhubaneswar City Bus extended to Jagatpur via Cuttack

  3. biswa says:

    do it fast….

  4. Dillip says:

    Pressurize RDA,Minister

  5. Bindu says:

    Our Hon’ble Commerce & Transport Minsiter should be pressurised to represent it before CM

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg