Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
August 2019
M T W T F S S
     
 1234
567891011
12131415161718
19202122232425
262728293031  

ରାଉରକେଲାରେ ଇଏସ୍‌ଆଇ ମେଡିକାଲ୍‌ କଲେଜ୍‌ ହେବା ଆଶା ନୋହିଲା

Date : March 3rd, 2014
Share : | More

*ହୀନ ରାଜନୀତିର ଶିକାର ସମଗ୍ର ପଶ୍ଚିମ ଓଡ଼ିଶାର ଗରିବ ଶ୍ରମିକଶ୍ରେଣୀ*
ରାଉରକେଲା: ୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ବୀମା ନିଗମ(ଇଏସ୍‌ଆଇ) ପକ୍ଷରୁ ବୀମାଭୁକ୍ତ ଶ୍ରମିକ କର୍ମଚାରୀମାନଙ୍କ ପ୍ରଦତ୍ତ ଗଚ୍ଛିତ ଅର୍ଥରୁ ସମଗ୍ର ଦେଶର ୧୧ଟି ସ୍ଥାନରେ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ ଓ ମେଡିକାଲ୍‌ କଲେଜ୍‌ ସ୍ଥାପନା ପାଇଁ ଘୋଷଣା କରିଥିଲେ୤ ପରେ ଓଡ଼ିଶା ପାଇଁ ଏହି ଅନୁଷ୍ଠାନ ଭୁବନେଶ୍ବରରେ ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ୤ ଏହା ପରେ ସମଗ୍ର ରାଜ୍ୟର ସଂଖ୍ୟାଧିକ ବୀମାଭୁକ୍ତ ଶ୍ରମିକ ରାଉରକେଲା ତଥା ଆଖପାଖ ଅଞ୍ଚଳରେ ରହିଥିବାରୁ ଏହି ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଅନେକ ଥର ବିକ୍ଷୋଭ ଓ ଧାରଣା ଆଦି ଅନୁଷ୍ଠିତ ହେବା ସହ ଦାବି ମଧ୍ୟ ହୋଇଆସୁଛି୤ ଏହି ଦାବିକୁ ବିଭିନ୍ନ ସମୟରେ ରାଜ୍ୟ ଶ୍ରମମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ନେତୃବୃନ୍ଦ ମଧ୍ୟ ସମର୍ଥନ କରିବା ସହିତ ସଂସଦର ଶ୍ରମ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଏହା ସପକ୍ଷରେ ଦୃଢ ମତ ଦେଇଥିଲା୤ ଏତେ ସବୁ ସତ୍ତ୍ବେ ପଶ୍ଚିମ ଓଡ଼ିଶା ବିଶେଷ କରି ଶିଳ୍ପ କାରଖାନା ଅଧିକ ଥିବା ସୁନ୍ଦରଗଡ଼ ଓ ଆଖପାଖ ଅଞ୍ଚଳବାସୀଙ୍କୁ ଦାବିକୁ ଅଣଦେଖା ଓ ଉପେକ୍ଷା କରି ଉକ୍ତ ଅନୁଷ୍ଠାନ ଭୁବନେଶ୍ବରରେ କରିବା ପାଇଁ ଗତକାଲି ବିଧିବଦ୍ଧ ଶିଳାନ୍ୟାସ ହୋଇଛି୤ ଏହି ଘଟଣା ଜଣାପଡ଼ିବା ପରେ ୨୦୦୯ ମସିହାରୁ ରାଉରକେଲାଠାରେ ଏହି ଅନୁଷ୍ଠାନ ସ୍ଥାପନା ପାଇଁ କାର୍ଯ୍ୟରତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି୤ ଏହା ବିରୋଧରେ ଇତିମଧ୍ୟରେ ବୀମାଭୁକ୍ତ ଶ୍ରମିକ କର୍ମଚାରୀମାନଙ୍କର ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲାବେଳେ ଆସନ୍ତା ଅପ୍ରେଲ୍‌ ତାରିଖରୁ ବୀମାଭୁକ୍ତ ଶ୍ରମିକମାନେ ସେମାନଙ୍କର ମାସକୁ ମାସ ଦେବାକୁ ଥିବା ପ୍ରାପ୍ୟ ବନ୍ଦ କରିବା ପାଇଁ କମିଟି ପକ୍ଷରୁ ଡାକରା ଦିଆଯାଇଛି୤

ଅନ୍ୟପକ୍ଷରେ ଏଠାରେ ଥିବା ଶାସକ ଦଳର କିଛି ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସହଯୋଗରେ ବିଧିବଦ୍ଧଭାବେ ଉକ୍ତ ଅନୁଷ୍ଠାନକୁ ରାଉରକେଲାରେ କରାଇ ନଦେବା ଚକ୍ରାନ୍ତ ସମ୍ପ୍ରତି ସଫଳ ହୋଇଛି୤ ଆଶ୍ଚର୍ଯ୍ୟଜନକ ଭାବେ ଆସନ୍ତା ଅଳ୍ପ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିଲେ ସୁଦ୍ଧା ଉକ୍ତ ଘଟଣାକୁ ନେଇ କେନ୍ଦ୍ରରେ ଶାସନ କରୁଥିବା କଂଗ୍ରେସ ଦଳର ସୁନ୍ଦରଗଡ଼ ସାଂସଦ ହେମାନନ୍ଦ ବିଶ୍ବାଳ ଏହି ଘଟଣାରେ ଚୁପ୍‌ ରହିଥିଲାବେଳେ ଭାଜପା ନେତାମାନେ ମଧ୍ୟ ଚୁପ୍‌ ରହିଛନ୍ତି୤ ସମଗ୍ର ପଶ୍ଚିମ ଓଡ଼ିଶାରେ ଉନ୍ନତମାନର ଚିକିତ୍ସା ସୁବିଧା ନଥିଲାବେଳେ ରାଜଧାନୀ ଭୁବନେଶ୍ବରରେ ଏକାଧିକ ଏହିପରି ବ୍ୟବସ୍ଥା ରହିଛି୤ ଏହା ସତ୍ତ୍ବେ ମଧ୍ୟ ରାଜଧାନୀ କେନ୍ଦ୍ରିକ ଶାସକ ଦଳ ଇଏସ୍‌ଆଇ ସୁପରସ୍ପେଶିଆଲିଟି ହସ୍‌ପିଟାଲ୍‌ ଓ ମେଡିକାଲ୍‌ କଲେଜ୍‌କୁ ରାଉରକେଲା ବଦଳରେ ଭୁବନେଶ୍ବରରେ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି୤ ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାର ମତଦାତାଙ୍କ ମଧ୍ୟରେ ଏକ ପ୍ରମୁଖ ସ୍ଥାନ ହାସଲ କରିଥିବା ଇଏସ୍‌ଆଇ ବୀମାଭୁକ୍ତ ଶ୍ରମିକମାନେ ଆସନ୍ତା ନିର୍ବାଚନରେ ଏହି ଘଟଣାକୁ ଗୁରୁତର ସହିତ ଗ୍ରହଣ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି୤

ସେହିଭଳି ରାଉରକେଲା ଉନ୍ନୟନ ଫୋରମ୍‌ ପକ୍ଷରୁ ଏହାର ସଦସ୍ୟଗଣ ଯଥା ମିହିର ସ୍ବାଇଁ, ସୁପ୍ରତିକ ମିଶ୍ର, ସତ୍ୟଜିତ୍‌ ସାହୁ ଓ ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ନିଜ ପ୍ରତିକ୍ରିୟାରେ ଉକ୍ତ ପ୍ରତିଷ୍ଠାନ ସ୍ଥାପନା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିବା ରାଜନେତାମାନଙ୍କୁ ଆସନ୍ତା ନିର୍ବାଚନରେ ପାନେ ଦେବା ପାଇଁ ଆହ୍ବାନ ଦେଇଛନ୍ତି୤ ବିଶେଷ କରି ଜିଲ୍ଲାର ଯୁବ ମତଦାତାମାନେ ଉକ୍ତ ଘଟଣାରେ ଶାସକ ଦଳ ସମେତ ଅନ୍ୟ ଦଳର ସାଂସଦ ବା ବିଧାୟକ ଆଶାୟୀମାନଙ୍କୁ ପ୍ରଶ୍ନ କରିବା ସହିତ ଏହାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଫୋରମ୍‌ର ସଦସ୍ୟମାନେ ଅନୁରୋଧ କରିଛନ୍ତି୤

Recently Published :
 

5 Responses

  1. situn says:

    Saheed nagar uncle kaan zameen byapar paain esic medical college hospital rourkela re hei parilani
    aheed nagar uncle ra kukra jie ki tanka paain mahanayak se rourkela paain khalanayak sajiki esic ku rkl re na kareiba pain padakhep nele
    uncle au tanka khalanayak zameen byapar karibe kahiki rourkela loka kaan jiban jiba ketedura juktijukta janta mange jawab
    sarda nayak is the enemy number 1 of rourkela

  2. Biswa says:

    I want to know during foundation stone of ESIC medial college at Bhubaneswar, Minister decalred that if Govt. will sent proposal then we can consider for setting up 2nd ESIC medical collge at Western Odisha if no. of insured persons (IPs) in state warrants the setting up of second hospital & college . So we shpuld demand for setting up at Rourkela again.Let us our CM & Centre Minister for Labour decalres and lay foundation stone at Rourkela before ensuing election. Jai Rourkela. Let us united demand for setting up 2nd ESIC Medical College at Rourkela. Our Union leaders should demadn strongly before election. Neither rulling party should ready to loose two seats from Rourkela. Further State Govt should decalre for converting Hitech Medical College & Hospitals to Govt Medical College by sponsoring total funds at par with its declaration for Baripada. Now we cannot rely on Hitech Promotes who are invilved various malafide activities.

  3. situn says:

    @ biswa
    sarda nayak pyari babu chori karne ke baad bas ek statement dekar 9 tanki kaar raha hai,kuch fayda nain hai wo sab ka

  4. alok says:

    I have just one question to Mr CM..Why on earth we need 3 govt medical colleges at one place ? What about the people of other places.Even the extension for AIIMS was not considered at Rourkela. Instead the state govt funding one medical college at Baripada and AIIMS ext at Balasore. .Why so biased attitude towards Rourkela. Its been decades when the govt did any development at Rourkela .We cant depend for anything and everything on RSP.Seems like Rourkela will continue to see this till the CM is replaced.Question arise who will replace ?Everytime any investor comes to Odisha the CM intentionally insist to get the investment either at BBSR or around BBSR. Even a section of people are requesting to have BHU extension at Puri.We are not against BBSR development but not on the cost of ignoring rest of odisha.

  5. situn says:

    we should campgn for dilip ray in facebook
    please support us

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg