Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2019
M T W T F S S
     
 12345
6789101112
13141516171819
20212223242526
2728293031  

ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରଥମ ସ୍ଥାନ ହାସଲ

Date : December 6th, 2013
Share : | More

ରାଉରକେଲା: ଶ୍ରୀରାମଚନ୍ଦ୍ର ମିଶନ୍‌ ଏବଂ ଭାରତ ଓ ଭୁଟାନ ପାଇଁ ଜାତିସଂଘ ସୂଚନା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା-୨୦୧୩ରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରବନ୍ଧ ସର୍ବୋଚ୍ଚ ସ୍ଥାନ ହାସଲ କରିଛି୤ ସ୍ଥାନୀୟ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ସ୍କୁଲ୍‌ର ଦ୍ବାଦଶ ଶ୍ରେଣୀର ଛାତ୍ରୀ ହର୍ଷିତା ଚାରୀ୤ ହର୍ଷିତାଙ୍କ ଏହି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ପ୍ରବନ୍ଧର ବିଷୟ ଥିଲା “ମନ ସେତେବେଳେ ଖୋଲିଥାଏ ଯେତେବେଳେ ହୃଦୟ ଖୋଲାଥାଏ”୤ ବିଭିନ୍ନ ବିଭାଗରେ ଇଂରାଜୀ ସମେତ ଏକାଧିକ ବିଷୟରେ ଅନୁଷ୍ଠିତ ଏହି ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ସାରା ଦେଶରୁ ପ୍ରାୟ ୧୦୦୦ ଅନୁଷ୍ଠାନରୁ ଦେଢଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କ ମଧ୍ୟରୁ ଇଂରାଜୀ ବିଷୟରେ ହର୍ଷିତା ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି୤

ବାସନ୍ତୀ କଲୋନୀରେ ରହୁଥିବା ଭି.ଡି.ଚାରୀ ଓ ପଦ୍ମାବତୀ ଆୟେଙ୍ଗାରଙ୍କ କନ୍ୟା ହର୍ଷିତା ତାଙ୍କର ଏହି ସଫଳତା ପାଇଁ ସେ ଅଧ୍ୟୟନ କରୁଥିବା ଡିଏଭି ସ୍କୁଲ୍‌ର ଅଧ୍ୟକ୍ଷା ତପସ୍ବିନୀ ମିଶ୍ରଙ୍କ ସମେତ ନିଜର ଶିକ୍ଷକ ଜସ୍‌ବିନ୍ଦର କୌର୍‌ ଓ ଅଂଶୁମାନ ମହାନ୍ତିଙ୍କ ପ୍ରେରଣା ଓ ଦିଗ୍‌ଦର୍ଶନର ଫଳ ବୋଲି କହିଛନ୍ତି୤ ସେହିପରି ସେ ପୂର୍ବରୁ ପଢ଼ୁଥିବା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ବସ୍ତିକା ଚକ୍ରବର୍ତ୍ତୀଙ୍କୁ ବିଭିନ୍ନ ଇଂରାଜୀ ସାହିତ୍ୟର ପୁସ୍ତକ ପଢିବା ନିମନ୍ତେ ପ୍ରେରଣା ଓ ସହୟତା ଫଳରେ ସେ ସର୍ବଭାରତୀୟ ସ୍ତରରେ ସଫଳତା ପାଇଛନ୍ତି ବୋଲି ହର୍ଷିତା କହିଛନ୍ତି୤ ସମ୍ପ୍ରତି ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ହର୍ଷିତା ପ୍ରଯୁକ୍ତିବିଦ୍ୟା ଅଧୟନ ପାଇଁ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପାଇଁ ପ୍ରସ୍ତୁତ ହେଉଥିଲାବେଳେ ଭବିଷ୍ୟତରେ ଜଣେ ପ୍ରତ୍ନତତ୍ବବିତ୍‌ ହେବାର ଅଭିଳାଷ ରଖିଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg