Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

ରାଉରକେଲା ବିମାନ କ୍ଷେତ୍ରରେ ନୂତନ ବିମାନ ଇନ୍ଧନ କେନ୍ଦ୍ର ଉଦ୍‌ଘାଟିତ

Date : March 5th, 2016
Share : | More

ରାଉରକେଲା: ଭାରତୀୟ ତୈଳ ନିଗମ ପକ୍ଷରୁ ରାଉରକେଲା ବିମାନ କ୍ଷେତ୍ରଠାରେ ସ୍ଥାପିତ ୧୦୦ତମ ବିମାନ ଇନ୍ଧନ କେନ୍ଦ୍ରକୁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିମାନ କ୍ଷେତ୍ରକୁ ଏକ ସବୁଦିନିଆ ବିମାନ ବନ୍ଦରରେ ପରିଣତ କରିବାର ପ୍ରଥମ ପଦକ୍ଷେପ ସ୍ୱରୂପ ଏଠାରେ ଇନ୍ଧନ ଷ୍ଟେସନ୍‌ ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆସନ୍ତା ଅଳ୍ପଦିନ ମଧ୍ୟରେ ଏହି ବିମାନ କ୍ଷେତ୍ରକୁ ଏକ ସବୁଦିନିଆ ବିମାନ ବନ୍ଦରଭାବେ ପରିଣତ କରିବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ କରୁଥିବା ଉଦ୍ୟମକୁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଆଜି ଓଡ଼ିଶାର ମହାନ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୦ତମ ଜନ୍ମବାର୍ଷିକୀରେ ଏଠାରେ ୧୦୦ତମ ବିମାନ ଇନ୍ଧନ ଷ୍ଟେସନ୍‌ ଉଦ୍‌ଘାଟନ ହେବା ଏକ ଐତାହିସକ ପଦକ୍ଷେପ ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରରେ ଥିବା ମୋଦି ସରକାର କରୁଥିବା ବ୍ୟାପକ ଯୋଜନା ବାବଦରେ ସୂଚନା ଦେଇଥିଲେ। ଏହି ଅବସରରେ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ରେଳ ସୁବିଧା ବାବଦରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇ ଏଥିପାଇଁ ସେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଯୋଗଦେଇ କ୍ଷୁଦ୍ର ଭାରତ ଭାବେ ପରିଚିତ ରାଉରକେଲାର ବିକାଶ ପାଇଁ ସ୍ଥାନୀୟ ସାଂସଦ ଓ ବିଧାୟକ କରୁଥିବା ଉଦ୍ୟମର ପ୍ରଶଂସା କରିବା ସହିତ ଆଜି ଉଦ୍‌ଘାଟିତ ହୋଇଥିବା ବିମାନ ଇନ୍ଧନ କେନ୍ଦ୍ର ମାଧ୍ୟମରେ ରାଉରକେଲା ବିମାନ କ୍ଷେତ୍ର ଆସନ୍ତା ଅଳ୍ପ ଦିନ ମଧ୍ୟରେ ଏକ ବଡ଼ ବିମାନ କ୍ଷେତ୍ରଭାବେ ବିକଶିତ ହେବାର ପ୍ରକ୍ରିୟା ଆରମ୍ଭ ହେଲା ବୋଲି କହିଥିଲେ। ବିଧାୟକ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ ରାଉରକେଲାର ବିକାଶ ପାଇଁ ସେ କରୁଥିବା ଉଦ୍ୟମ ଓ ଚେଷ୍ଟା ବାବଦରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ତୈଳ ନିଗମର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଏହି ନୂତନ ବିମାନ ଇନ୍ଧନ କେନ୍ଦ୍ରର ଏକକାଳୀନ ଇନ୍ଧନ ରକ୍ଷଣ ମାତ୍ରା ୨୫କିଲୋ ଲିଟର ରହିଛି, ଯାହା ଫଳରେ ଏଠାକୁ ଆସୁଥିବା ସମସ୍ତ ବିମାନ ଏଠାରୁ ସୁବିଧାରେ ଇନ୍ଧନ ଭରିବା କାର୍ଯ୍ୟ କରିପାରିବେ। ଏହା ଫଳରେ ଏଠାକୁ ଆସୁଥିବା ବିମାନଗୁଡ଼ିକ ଇନ୍ଧନ ଭରିବା ପାଇଁ ଅନ୍ୟ ଦୂରସ୍ଥାନକୁ ଯିବାର ଆବଶ୍ୟକତା ରହିବ ନାହିଁ। ଚଣ୍ଡିଗଡ଼ର ମୋହାଲି, ହିମାଚଳ ପ୍ରଦେଶର ସିମ୍‌ଳା ପରେ ରାଉରକେଲାଠାରେ ଏହିପ୍ରକାରର ବିମାନ ଇନ୍ଧନ ସୁବିଧା ଭାରତୀୟ ତୈଲ ନିଗମ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg