Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

ସେଲ୍‌ ହକି ଏକାଡେମୀରେ ନାମଲେଖା ପାଇଁ ଚୟନ ଜୁନ୍‌ ୧୦ରୁ

Date : June 3rd, 2014
Share : | More

ରାଉରକେଲା: ସେଲ୍‌ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାଦ୍ବାରା ପରିଚାଳିତ ତଥା ସ୍ଥାନୀୟ ବିଜୁପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ଥିବା ସେଲ୍‌ ହକି ଏକାଡେମୀରେ ନାମଲେଖା ପାଇଁ ଚୟନ ପ୍ରକ୍ରିୟା ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ୤ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ଯୋଗଦେବାକୁ ଇଚ୍ଛୁକ ପ୍ରାର୍ଥୀମାନେ ୧୯୯୮ ମସିହା ଜୁଲାଇ ପହିଲାରୁ ୨୦୦୦ ମସିହା ଜୁଲାଇ ପହିଲା ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ୤ ଏଥିରେ ଯୋଗଦେବା ପାଇଁ କୌଣସି ଅନୁଷ୍ଠାନ, ସଙ୍ଗଠନ କିମ୍ବା କାରଖାନାଗୁଡ଼ିକ ସର୍ବାଧିକ ୪ଜଣ ଖେଳାଳିମାନଙ୍କୁ ପଠାଇ ପାରିବେ୤ ଚଳିତ ମାସ ୧୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମନୋନୟନ ପ୍ରକ୍ରିୟା ସମୟରେ ଯୋଗଦେଉଥିବା ଖେଳାଳିମାନଙ୍କୁ ମାଗଣାରେ ରହିବା ଓ ଖାଇବା ସୁବିଧା ମିଳିବ୤ ଏ ବାବଦରେ ଅଧିକ ଜାଣିବା ପାଇଁ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ଅଧିକାରୀ କ୍ରିଷ୍ଣକାନ୍ତଙ୍କ ସହିତ ଫୋନ୍‌ ନଂ.- ୮୮୯୫୫୦୦୦୯୦ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି୤

ସୂଚନାଯୋଗ୍ୟ ଯେ, ୧୯୮୬ ମସିହାରୁ ଆରମ୍ଭ ହୋଇଥିବା ସେଲ୍‌ ହକି ଏକାଡେମୀରେ ଯୋଗଦେଉଥିବା ଖେଳାଳିମାନଙ୍କୁ ମାଗଣାରେ ରହିବା, ଖାଇବା, ବିଭିନ୍ନ ଖେଳ ସାମଗ୍ରୀ ଓ ଚିକିତ୍ସା ସୁବିଧା ଆଦି ସହିତ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ ପାଇଁ ସୁବିଧା ଯୋଗାଇ ଦିଆଯାଇଥାଏ୤ ନିକଟ ଅତୀତରେ ଏହି ଏକାଡେମୀରୁ ପ୍ରଶିକ୍ଷଣ ନେଇ ବିରେନ୍ଦ୍ର ଲାକ୍ରା, ଜେରାମ୍‌ ଲାକ୍ରା, ସୁଶିଲ ଖାଲ୍‌ଖୋ ଆଦି ଏକାଧିକ ଖେଳାଳି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg