Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
April 2017
M T W T F S S
« Dec    
 12
3456789
10111213141516
17181920212223
24252627282930

ସାମୁହିକ ସ୍ୱାର୍ଥ ସାଧନ ଦିଗରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ସ୍ୱର କ୍ଷୀଣ

Date : May 26th, 2015
Share : | More

ଆଇଆଇଏମ୍‌ ପରେ ବିପିଏନ୍‌ଏସ୍‌ଆଇ ସ୍ଥାପନା ପାଇଁ ଦାବିର ଆବଶ୍ୟକତା
ରାଉରକେଲା: ବେଶ୍‌ କିଛିବର୍ଷ ହେଲା ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିକାଶ ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ବିଶେଷ କରି ଭିତ୍ତିଭୂମି ତଥା ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମସଂସ୍ଥାନ ଯୋଗାଇବା ନିମନ୍ତେ ବିଗତ କିଛିବର୍ଷ ମଧ୍ୟରେ କୌଣସି ଆଖିଦୃଶିଆ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଏକଦା ରାଜ୍ୟର ଶିଳ୍ପ ରାଜଧାନୀଭାବେ ପରିଚିତ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଗଢ଼ିଉଠିଥିବା ଅନେକ ଶିଳ୍ପାନୁଷ୍ଠାନ ଏବେ ରୁଗ୍‌ଣ ବା ବନ୍ଦ ହୋଇଯାଇଛି। ଏହା ଫଳରେ ଏକଦା ରୋଜଗାର ଆଶାରେ ଏଠାକୁ ଆସୁଥିବା ଏବଂ ଏହି ଅଞ୍ଚଳରେ ଥିବା ଶିକ୍ଷିତ ବେକାରମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏଠାରେ ରହିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାରେ ଅଳ୍ପ କିଛି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ।

ରାଉରକେଲା ଓ ଆଖପାଖ ଅଞ୍ଚଳରେ ସୁଦୃଢ ଗମନାଗମନ ବ୍ୟବସ୍ଥା, ଉନ୍ନତମାନର ମାନବ ସମ୍ବଳ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଉପଲବ୍ଧ ଥାଇ ସୁଦ୍ଧା ଏହି ଅଞ୍ଚଳରେ କୌଣସି ଆଖିଦୃଶିଆ ବିକାଶ ପାଇଁ ବ୍ୟବସ୍ଥା ନହୋଇପାରିବା ପରିତାପର ବିଷୟ। ବିଗତ କିଛିବର୍ଷ ହେଲା ସମସ୍ତ ଯୁକ୍ତିଯୁକ୍ତ କାରଣ ଥାଇ ଏଠାରେ ଇଏସ୍‌ଆଇ ମେଡିକାଲ୍‌ କଲେଜ୍‌ ଓ ସୁପରସ୍ପେଶିଆଲିଟି ହସ୍‌ପିଟାଲ୍‌ ସ୍ଥାପନା ପାଇଁ ଅନେକଥର ବିକ୍ଷୋଭ, ଦାବି ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ରାଜ୍ୟରେ ଶାସନ କରୁଥିବା ବିଜେଡ଼ିର ଅସହଯୋଗରୁ ଏହି ଦାବି ସଫଳ ହେଲାନାହିଁ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଆଇଆଇଏମ୍‌ ସ୍ଥାପନା ପାଇଁ ଏଠାରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥିବା ନେଇ ଦାବି, ଆନ୍ଦୋଳନ ଓ ବିକ୍ଷୋଭରେ ଶାସକ ଦଳର ଭୂମିକା ସ୍ପଷ୍ଟ ନହେବାରୁ ଏହି ଦାବି ଧିରେ ଧିରେ ଦୂର୍ବଳ ହୋଇଛି। ଅନ୍ୟପକ୍ଷରେ ଠିକ୍‌ ସମାନ ଦାବିକୁ ସମ୍ବଲପୁର ଜିଲ୍ଲାରେ ଶାସକ ବିଜେଡ଼ି ସମର୍ଥନ କରି ପ୍ରତ୍ୟକ୍ଷଭାବେ ଏହି ଆନ୍ଦୋଳନରେ ସାମିଲ ହୋଇଛି। ସବୁଠାରୁ ମଜାର କଥା ହେଉଛି ଅନେକ ବର୍ଷ ଧରି ରାଉରକେଲା ସହରରେ ରହିଥିବା ସମ୍ବଲପୁର ଜିଲ୍ଲା ବିଜେଡ଼ିର ସଭାପତି ରୋହିତ ପୁଜାରୀ ସମ୍ବଲପୁରଠାରେ ଆଇଆଇଏମ୍‌ ପ୍ରତିଷ୍ଠା ଦାବି ନେଇ ହୋଇଥିବା ଆନ୍ଦୋଳନରେ ଆଗଧାଡ଼ିରେ ଅଛନ୍ତି। କିନ୍ତୁ ଏ ବାବଦରେ ଏକଦା ଦାବି, ବିକ୍ଷୋଭ ଓ ଆନ୍ଦୋଳନ କରିଥିବା କିଛି ସ୍ଥାନୀୟ ସଙ୍ଗଠନ ଓ ରାଜନୈତିକ ଦଳ ଏବେ ନୀରବ ହୋଇଯାଇଛନ୍ତି। ସମ୍ବଲପୁରରେ ଆଇଆଇଏମ୍‌ ପ୍ରତିଷ୍ଠା ଦାବି ପାଇଁ ଏକ ମିଳିତ ମଞ୍ଚ ମାଧ୍ୟମରେ ଆନ୍ଦୋଳନ ଆରମ୍ଭ ହୋଇଥିଲେ ସୁଦ୍ଧା ରାଉରକେଲାରେ ସେହିଭଳି ମିଳିତ ମଞ୍ଚ ପାଇଁ ଏଯାଏ କିଛି ହୋଇପାରିନାହିଁ।

ଅପରପକ୍ଷରେ ନିକଟରେ ପୁରୀଠାରେ କିଛିବର୍ଷ ତଳେ କାର୍ଯ୍ୟକରୁଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ(ବିପିଏନ୍‌ଏସ୍‌ଆଇ)କୁ ଏକ ଜାତୀୟସ୍ତରର ଅନୁଷ୍ଠାନ କରିବା ତଥା ଏହାର କଳେବର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପରେ କେନ୍ଦ୍ର ସକାରାତ୍ମକ ପଦକ୍ଷେପ ନେଇଛି। ଏହାର ଫଳସ୍ୱରୂପ ଏଥିପାଇଁ ଏକ ସ୍ଥାୟୀ କ୍ୟାମ୍ପସ୍‌ ନିମନ୍ତେ ସ୍ଥାନ ଖୋଜା ଚାଲିଛି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ବିଶେଷ କିଛି ସ୍ଥିର ହୋଇନାହିଁ। ଏଭଳି ସ୍ଥିତିରେ ରାଜ୍ୟର ଏକମାତ୍ର ବୃହତ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଥିବା ରାଉରକେଲାରେ ଏହି ଅନୁଷ୍ଠାନ ସ୍ଥାପନା ପାଇଁ ଯୁକ୍ତିବାଢ଼ିବା ସହିତ ଦାବି କରିବାର ଆବଶ୍ୟକତା ରହିଛି। କାରଣ ରାଉରକେଲା ହେଉଛି ରାଜ୍ୟର ଏକମାତ୍ର ସ୍ଥାନ ଯେଉଁଠାରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ସମେତ ରାଜ୍ୟର ଏକମାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ରହିଛି। ସେହିପରି ଖୁବ୍‌ଶିଘ୍ର ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ଇସ୍ପାତ ସମ୍ପର୍କୀତ ବୈଷୟିକ ଶିକ୍ଷା ସମ୍ବନ୍ଧିୟ ଏକ ଉପାଧ୍ୟୁତ୍ତର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହା ବ୍ୟତୀତ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଅନେକ ଲୌହ ଇସ୍ପାତ ସମ୍ପର୍କୀତ ଶିଳ୍ପାନୁଷ୍ଠାନ ରହିଛି। ସେହିପରି ବିଭିନ୍ନ ସ୍ଥାନକୁ ଏଠାରୁ ଉନ୍ନତ ଗମନାଗମନ ବ୍ୟବସ୍ଥା ସହିତ ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟର ଏକମାତ୍ର ସକ୍ରିୟ ବିମାନକ୍ଷେତ୍ର ଏଠାରେ ଅବସ୍ଥିତ।

ସମ୍ପ୍ରତି ରାଜଧାନୀ ଭୁବନେଶ୍ୱର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରାଜ୍ୟର ୯୦ଭାଗରୁ ଅଧିକ ଜାତୀୟ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଆଦି ରହିଛି। ବେଶ୍‌ କିଛିବର୍ଷ ପୂର୍ବେ ସେତେବେଳର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଦ୍ୱାରା ପୁରୀଠାରେ ସ୍ଥାପିତ ଏବଂ ଆଜିଯାଏ ଏକ ଭଡ଼ାଘରେ ଚାଲୁଥିବା ବିପିଏନ୍‌ଏସ୍‌ଆଇ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ପୁରୀଠାରେ ସ୍ଥାପିତ ହେବାର ସମ୍ଭବନା କମ୍‌। ଏଭଳି ସ୍ଥିତିରେ ଏହି ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବା ପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ବିଜେଡ଼ି ଓ ବିଜେପି ସମେତ ବୃହତ୍ତ ଶ୍ରମିକ ସଙ୍ଗଠନଗୁଡ଼ିକ ମିଳିତଭାବେ ଯୁକ୍ତିଯୁକ୍ତ କାରଣ ସହିତ ଦାବି ଉପସ୍ଥାପନା କରିବାର ଆବଶ୍ୟକତା ରହିଛି। ଏହା ସହିତ ଏହି ଦାବି ଉପସ୍ଥାପନ ପରେ ଦାବି ହାସଲ ପାଇଁ ବିକ୍ଷୋଭ, ଆନ୍ଦୋଳନ ବା ଅନ୍ୟ କୌଣସି ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ମଧ୍ୟ ଏକ ମିଳିତ ମଞ୍ଚ ମାଧ୍ୟମରେ ଲଢ଼େଇ କରାଯାଇପାରିଲେ, ଉକ୍ତ ପ୍ରତିଷ୍ଠାନ ରାଉରକେଲା ବା ଆଖପାଖ ଅଞ୍ଚଳରେ ପ୍ରତିଷ୍ଠା ହେବା ଅସମ୍ଭବ ନୁହେଁ।

ବିଶେଷ କରି ଏହି ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ନୂତନ ମାନଦଣ୍ଡ ମୁତାବକ ଆବଶ୍ୟକ ୫୦୦ ଏକର ଜମି ମିଳିବା ରାଉରକେଲାରେ ସହଜ। କାରଣ ଏବେ ମଧ୍ୟ ପ୍ରାୟ ୧୦୦୦ ଏକରରୁ ଊର୍ଦ୍ଧ ଜମି ରାଉରକେଲା ଇସ୍ପାତ କାରଖାନାର ଶିଳ୍ପାଞ୍ଚଳର ଅବ୍ୟବହୃତ ହୋଇ ରହିଛି। ସେହିପରି ଅନ୍ୟ ଏକ ମାନଦଣ୍ଡ ମୁତାବକ ଏହି ପ୍ରତିଷ୍ଠାନ ନିକଟରୁ ବିମାନକ୍ଷେତ୍ର ଏକଘଣ୍ଟାର ରାସ୍ତା ମଧ୍ୟରେ ଥିବା ଆବଶ୍ୟକ ଏବଂ ଏଥିପାଇଁ ଆବଶ୍ୟକ ହେଲେ ଅନ୍ୟ ସଂସ୍ଥାର ସାହାଯ୍ୟ ନିଆଯାଇପାରିବାର ବ୍ୟବସ୍ଥା ରହିଛି। ସମ୍ପ୍ରତି ରାଉରକେଲାଠାରେ ଥିବା ବିମାନକ୍ଷେତ୍ର ସେଲ୍‌-ଆର୍‌ଏସ୍‌ପି ଅଧିନରେ ଥିବା ସହିତ ନିକଟ ଭବିଷ୍ୟତରେ ଏହାର କଳେବର ବୃଦ୍ଧିର ସମ୍ଭାବନା ରହିଛି। ତେଣୁ ଆର୍‌ଏସପି ପରି ଏକ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ସହଯୋଗରେ ବିପିଏନ୍‌ଏସ୍‌ଆଇ ସ୍ଥାପନା ପାଇଁ ପଦକ୍ଷେପ ନିଆଗଲେ ସବୁଠାରୁ ସୁବିଧା ହେବାର ସମ୍ଭାବନା ରହିଛି। ଏକ ସଂଘୀୟ ଶାସନ ବ୍ୟବସ୍ଥାରେ ଏହି ପ୍ରତିଷ୍ଠାନକୁ ରାଉରକେଲାରେ ସ୍ଥାପନା ପାଇଁ ରାଜ୍ୟସରକାର ପ୍ରସ୍ତାବ ଦେବା ସହିତ ଏଥିପାଇଁ ଶାସକ ବିଜେଡ଼ିର ସ୍ଥାନୀୟ ନେତାଙ୍କ ସହିତ ରାଜ୍ୟନେତାମାନେ ମିଶିଲେ ଦାବି ହାସଲ ସହଜ ହେବ।

ଅନ୍ୟପକ୍ଷରେ ବେଶ୍‌ କିଛିବର୍ଷ ହେଲା ସ୍ଥାନୀୟ ଶାସକ ଦଳର ନେତାମାନେ ରାଉରକେଲା ଓ ଆଖପାଖ ଅଞ୍ଚଳର ବିକାଶ ପାଇଁ ଏକାଧିକ ପଦକ୍ଷେପ ନେଇଥିବା କଥା କହୁଥିଲାବେଳେ ଉକ୍ତ ପ୍ରତିଷ୍ଠାନ କିପରି ରାଉରକେଲା ବା ଆଖପାଖ ଅଞ୍ଚଳରେ ହେବ ସେଥିପାଇଁ ଦୃଢ଼ ପଦକ୍ଷେପ ନେବା ନିମନ୍ତେ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏହାବ୍ୟତୀତ ରାଉରକେଲାର ବିଧାୟକ ତଥା କେନ୍ଦ୍ରରେ ଶାସନ କରୁଥିବା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ସମେତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ମଧ୍ୟ ଏଥିପାଇଁ ପଦକ୍ଷେପ ନେବା ସହିତ ଏହି ଅନୁଷ୍ଠାନ ସ୍ଥାପନା ପାଇଁ ଚେଷ୍ଟା କରିବା ପାଇଁ ଦାବି ହେଉଛି।

ତେଣୁ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ଏକଦା ଓଡ଼ିଶାର ଶିଳ୍ପ ରାଜଧାନୀଭାବେ ପରିଚିତ ରାଉରକେଲା ତଥା ବୃହତ୍ତର ରାଉରକେଲା ବିକାଶ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଆଗେଇ ଆସିବା ଉଚିତ୍‌। ଏହା ନହେଲେ ଭବିଷ୍ୟତରେ ତଥାକଥିତ ରାଜନେତାମାନଙ୍କୁ ସାଧାରଣଲୋକେ ଉଚିତ୍‌ ଜବାବ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି।

 

3 Responses

  1. rajesh sahoo says:

    kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar re ethi kana achi na kichi bada university na college mantri mane khali vote time asila bele sabu commentment karuchanti ki rkl ku smart city karajiba aau anek kichi kintu vote sarigale sabu sarila

  2. mihir kumar says:

    it is requested to all party members are raise their voice favour of rourkela .

  3. B das says:

    In addition to above, Rourkela Govt College shall be converted to a University and all non-technical colleges in and around Rourkela shall be under Rourkela University. Further Govt of Odisha should take over High Tech Medical College immediately failing which our CM will loose support people of Rourkela. A new Industrial Estate should be set up immediately.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg