Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ସାରସ୍ୱତ ଶାରଦୀୟ ମହୋତ୍ସବ ଓ ପୁସ୍ତକ ଉନ୍ମୋଚନ ଉତ୍ସବ

Date : October 19th, 2015
Share : | More

ରାଉରକେଲା: ସ୍ଥାନୀୟ ସେକ୍ଟର-୭ ମଧୁମଣ୍ଡପ ପରିସରରେ ସହରର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ସାରସ୍ୱତ ଶାରଦୀୟ ମହୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆରଏସ୍‌ପି ଲୋକସମ୍ପର୍କ ବିଭାଗର ଉପମହାପ୍ରବନ୍ଧକ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ରମେନ୍ଦ୍ର କୁମାର, ସମ୍ମାନିତ ଅତିଥିଭାବେ କବି ରେବତୀ ବଲ୍ଲଭ ବେହେରା, ସାହିତ୍ୟିକ ଚନ୍ଦ୍ର ଶେଖର ହୋତା ପ୍ରମୁଖ ଯୋଗଦେଇଥଲେ। ଏଥିରେ ‘ସାମ୍ପ୍ରତିକ କାବ୍ୟଚେତନା ଏକ କାଳଜୟୀ ଉତ୍ତରଣ’ ଶୀର୍ଷକ ଆଲୋଚନାରେ ମୁଖ୍ୟ ବକ୍ତାଭାବେ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଯୋଗଦେଇ କବିତା କାଳ ସହିତ ନିଜର ଅନ୍ତଃସ୍ୱରକୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି କହିଥିଲେ। ବହୁ ପ୍ରତିଷ୍ଠିତ ସାହିତ୍ୟିକମାନଙ୍କର ସାରସ୍ୱତ ସୃଷ୍ଟି ଏବଂ ସେମାନଙ୍କର କବିତାର ବିଭିନ୍ନ ବାର୍ତ୍ତା ଉପରେ ଆଲୋକପାତ କରି ଯେଉଁ ସାହିତ୍ୟରେ ସମୟ ଓ ଯୁବ ପରିବର୍ତ୍ତନର ମନ୍ତ୍ର ନାହିଁ, ସେ ସାହିତ୍ୟ କେବେ ସଫଳ ପଦବାଚ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ। ସାହିତ୍ୟକୁ କାଳଜୟୀ କରିବାକୁ ହେଲେ ଏଥିରେ ସାଧାରଣଲୋକଙ୍କ କଥା ଓ ସେମାନଙ୍କର ଚିନ୍ତାଧାରାର ପ୍ରତିଫଳ କରିବା ଆବଶ୍ୟକ ବୋଲି ଶ୍ରୀ ହୋତା ମତଦେଇଥିଲେ। ଅନ୍ୟତମ ବକ୍ତାଭାବେ କବି ରେବତୀ ବଲ୍ଲଭ ବେହେରା ଷୋଡ଼ଶ ଶତାବ୍ଦୀରେ ସାରଳା ଦାସଙ୍କ ସାରସ୍ୱତ ସୃଷ୍ଟିରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ରଷ୍ଟାମାନଙ୍କର କବିତାରେ କାଳଜୟୀ ଉତ୍ତରଣର ପ୍ରତିଚ୍ଛବି ଦେଖିବାକୁ ମିଳିଛି ବୋଲି କହିଥିଲେ। କବି ଓ କବିତା ପରସ୍ପରର ପରିପୂରକ ଏବଂ କବିତା ହେଉଛି କବିମାନସର ପ୍ରତିଶ୍ରୁତି ବୋଲି ସେ କହିଥିଲେ।

ଏହି ଅବସରରେ ରମେନ୍ଦ୍ର କୁମାରଙ୍କୁ ‘ବେଦବ୍ୟାସ ସମ୍ମାନ ୨୦୧୪, ବେଦବ୍ୟାସ ନାଗରିକ ସମ୍ମାନ-୨୦୧୪ରେ ବିରିଆ ଚରଣ ଟୁଡୁ, ବେଦବ୍ୟାସ କଥା ସମ୍ମାନ-୨୦୧୪ରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, ବେଦବ୍ୟାସ କାବ୍ୟ ସମ୍ମାନ-୨୦୧୪ର କବି ସୁରେନ୍ଦ୍ର ପାଣିଗ୍ରାହୀ, ବେଦବ୍ୟାସ ନାଟ୍ୟ ସମ୍ମାନ-୨୦୧୪ର କୈଳାସ ପାଣିଗ୍ରାହୀ, ବେଦବ୍ୟାସ ଶିଳ୍ପୀ ସମ୍ମାନ ୨୦୧୪-କ୍ଷେତ୍ରମୋହନ ପାତ୍ର ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ବେଦବ୍ୟାସ ସୃଜନ ସମ୍ମାନ-୨୦୧୫ରେ ପ୍ରବନ୍ଧ ପାଇଁ ପ୍ରଫେସର୍‌ ଆଦିକନ୍ଦ ସାହୁ, ଗଳ୍ପ ପାଇଁ ହେମନ୍ତ କୁମାର ରାଉତ ଓ କବିତା ପାଇଁ ଡ. ଶ୍ରୀହରି ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କବି ଗୌରାଙ୍ଗଚନ୍ଦ୍ର ଦାସଙ୍କର ତୃତୀୟ କବିତା ସଙ୍କଳନ ‘ଗାଁକୁ ଚାଲ ଜହ୍ନ ଦେଖିବା’, କବି ରାମଚନ୍ଦ୍ର ସାହୁଙ୍କ ଅଷ୍ଟମ କବିତା ସଙ୍କଳନ ‘ଫୁଲର ଫଗୁଣ’, ଶିକ୍ଷୟିତ୍ରୀ ଓ କବି ରୀତାରାଣୀ ମହାପାତ୍ରଙ୍କ ପୁସ୍ତକ ‘ବିଜ୍ଞାନ ଯୁଗର ପିଲା’ ଏବଂ ବେଦବ୍ୟାସର ମହାପାର୍ବଣ ସଂଖ୍ୟା-୨୦୧୫କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କବିତା ସଙ୍କଳନ ‘ଗାଁକୁ ଚାଲ ଜହ୍ନ ଦେଖିବା’କୁ କବି ରାଜୀବ ପାଣି ସମୀକ୍ଷା କରିଥିବାବେଳେ ‘ବିଜ୍ଞାନ ଯୁଗର ପିଲା’ କବିତା ସଂକଳନକୁ ଶିଶୁ ସାହିତ୍ୟିକା ରଶ୍ମିବାଳା ରାଉତରାୟ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସାଧାରଣ ସଂପାଦକ କବି ଗୌରାଙ୍ଗ ଚନ୍ଦ୍ର ଦାଶ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ଏହି କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପିତ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତାପାଠ ପର୍ଯ୍ୟାୟରେ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ଆସିଥିବା ୩୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି କବିତାଗୁଡ଼ିକ ମଧ୍ୟରେ ରହିଥିବା ସାମ୍ପ୍ରତିକ ବିଷୟ ଉପରେ ଆଧାରିତ କବିତାଗୁଡ଼ିକ ଉପସ୍ଥିତ ସାହିତ୍ୟାନୁରାଗୀମାନଙ୍କୁ ଆମୋଦିତ କରିଥିଲା।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg