Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ଶିଳ୍ପ ରାଜଧାନୀର ମାନ୍ୟତା ହରାଉଛି ରାଉରକେଲା: ବର୍ଷକୁ ବର୍ଷ ଶିଳ୍ପାନୁଷ୍ଠାନ ସଂଖ୍ୟା କମୁଛି

Date : July 31st, 2012
Share : | More

ରାଉରକେଲା: ସ୍ବାଧୀନତା ପରବର୍ତ୍ତୀ ସମୟରେ ତତ୍କାଳୀନ ଓଡ଼ିଶାର ଜନନେତା ବିଜୁବାବୁଙ୍କ ପ୍ରଚେଷ୍ଟା ଓ କେନ୍ଦ୍ରସରକାରଙ୍କ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଭାରିଶିଳ୍ପକୁ ଗୁରୁତ୍ବ ଦେବାର ନୀତି ସ୍ବରୂପ ରାଉରକେଲାରେ ସ୍ଥାପିତ ହୋଇଥିଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଦେଶର ପ୍ରଥମ ଲୌହଇସ୍ପାତ କାରଖାନା୤ ପରବର୍ତ୍ତୀ ସମୟରେ ଏଠାକାର ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପବିକାଶ ଫଳରେ ରାଜ୍ୟର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିଲା ଇସ୍ପାତ ସହର ରାଉରକେଲା୤ କିନ୍ତୁ ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଉଦାରବାଦୀ ଅର୍ଥନୀତି ଏବଂ ପରେପରେ ଜଗତୀକରଣର ପ୍ରଭାବ ଫଳରେ ରାଉରକେଲା ସମେତ ନିକଟରେ ଅବସ୍ଥିତ କଲୁଙ୍ଗା ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଅନେକ ଶିଳ୍ପ କ୍ରମାଗତ ଭାବେ ବନ୍ଦ ହେବାରେ ଲାଗିଲା୤ ସାମ୍ପ୍ରତିକ ସମୟରେ ରାଉରକେଲା ଓ କଲୁଙ୍ଗା ଶିଳ୍ପାଞ୍ଚଳ ଏକପ୍ରକାରର ମୃତ ଅବସ୍ଥାରେ ରହିଛି୤ ଏହି ଶିଳ୍ପାଞ୍ଚଳରେ ସ୍ଥାପିତ ହୋଇଥିବା ଏକାଧିକ କ୍ଷୁଦ୍ରଶିଳ୍ପ ରୁଗ୍‌ଣ ବା ବନ୍ଦ ହୋଇ ପଡ଼ିବା ଫଳରେ ଏଥିରେ କାର୍ଯ୍ୟକରୁଥିବା ଶହଶହ ଶ୍ରମିକ ବେକାର ହୋଇଛନ୍ତି୤

ଅପରପକ୍ଷରେ ବିଗତ ୫ ବର୍ଷ ମଧ୍ୟରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ୪୦ରୁ ଊର୍ଦ୍ଧ୍ବ ସ୍ପଞ୍ଜ ଲୁହା କାରଖାନା କଞ୍ଚାମାଲ ଅଭାବରୁ ନାନାପ୍ରକାରର ଅସୁବିଧା ମଧ୍ୟରେ ରହିଛି୤ ଏମାନଙ୍କ ମଧ୍ୟରୁ ପ୍ରାୟ ୨୦ଟି କାରଖାନା ବନ୍ଦ ଅବସ୍ଥାରେ ପହଞ୍ଚିଛି୤ ବିଶେଷ କରି ରାଜ୍ୟସରକାରଙ୍କ କ୍ରମାନ୍ବୟରେ ବଦଳୁଥିବା ଖଣିଜ ସମ୍ପଦ ଉତ୍ତୋଳନ ବ୍ୟବସ୍ଥା ଏହି କାରଖାନାଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି୤ ଏହି ସମସ୍ୟା ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛୋଟଛୋଟ କାରଖାନାଗୁଡ଼ିକ୤ ସେହିପରି ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପିତ ହୋଇଥିବା ୫୦ରୁ ଉର୍ଦ୍ଧ୍ବ ଇଣ୍ଡକ୍‌ସନ୍‌ ଫର୍ଣ୍ଣେସ୍‌ ମଧ୍ୟରୁ ଅଧିକାଂଶ ଏବେ ଅଚଳ ବା ବନ୍ଦ ଅବସ୍ଥାରେ ରହିଛି୤ ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ଉତ୍ପାଦନ ପାଇଁ ମୁଖ୍ୟତଃ ବିଦ୍ୟୁତ ଉପରେ ନିର୍ଭର କରିଥାନ୍ତି୤ ସମଗ୍ର ରାଜ୍ୟରେ ଦେଖାଦେଇଥିବା ଶକ୍ତିସଙ୍କଟ ଯୋଗୁଁ ଏହି ଶିଳ୍ପାନୁଷ୍ଠାନଗୁଡ଼ିକରେ ଘଣ୍ଟାଘଣ୍ଟା ଅଘୋଷିତ ବା ଘୋଷିତ ବିଦ୍ୟୁତ କାଟ ହେଉଛି୤ ତେଣୁ ଏହି ଶିଳ୍ପଗୁଡ଼ିକରେ ହେଉଥିବା ଉତ୍ପାଦନ ବ୍ୟାପକ ପରିମାଣରେ ପ୍ରଭାବିତ ହୋଇଛି୤

ଅନ୍ୟପକ୍ଷରେ ଦିନକୁ ଦିନ ବିସ୍ଥାପନ ସମସ୍ୟା ଜଟିଳ ହେଉଥିବାରୁ ନୂତନ ଶିଳ୍ପପ୍ରତିଷ୍ଠା ବା ପୂର୍ବରୁ ରହିଥିବା ଶିଳ୍ପସଂସ୍ଥାଗୁଡ଼ିକୁ ଅଧିକ ବର୍ଦ୍ଧିତ କରିବା ସୁବିଧା ହେଉନାହିଁ୤ ସେହିପରି ବର୍ତ୍ତମାନ ଜିଲ୍ଲାରେ ରହିଥିବା ଶିଳ୍ପାନୁଷ୍ଠାନଗୁଡ଼ିରେ ଶ୍ରମିକ ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏହି ସଂସ୍ଥାମାନେ ସେମାନଙ୍କର ସ୍ଥିତି ବାବଦରେ ଆଶା ଓ ଆଶଙ୍କାରେ ରହିଛନ୍ତି୤ ସେହିପରି ୫୦ ଦଶକରୁ ରାଉରକେଲାରେ ରହିଥିବା ବିମାନବନ୍ଦର ଏକ ସବୁଦିନିଆ ବିମାନବନ୍ଦରରେ ପରିଣତ ହେଉ ନଥିବାରୁ ବାହାର ରାଜ୍ୟର ଶିଳ୍ପପତିମାନେ ଏଠାରେ ଶିଳ୍ପସ୍ଥାପନ ବା ଏଠାରେ ରହିଥିବା ଶିଳ୍ପାନୁଷ୍ଠାନରେ ପୁଞ୍ଜି ଖଟାଇବାକୁ ଉଚିତ ମଣୁନାହାଁନ୍ତି୤

ଜିଲ୍ଲାରେ ଶିଳ୍ପସଂସ୍ଥା ବନ୍ଦ ହେବାର ଅନ୍ୟଏକ ଉଦାହରଣ ହେଉଛି ସିମେଣ୍ଟ ଶିଳ୍ପ୤ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ ରାଉରକେଲା ସହର ମଧ୍ୟରେ ଗୋଟିଏ ସମୟରେ ୩୦ରୁ ଊର୍ଦ୍ଧ୍ବ ମିନି ସିମେଣ୍ଟ କାରଖାନା ସ୍ଥାପନ ହୋଇଥିଲାବେଳେ ଏବେ ସେଥିରୁ ମାତ୍ର ହାତଗଣତି ଚାଲୁ ଅବସ୍ଥାରେ ରହିଛନ୍ତି୤ ଏହାର କାରଣ ହେଉଛି ସରକାରଙ୍କ ଶିଳ୍ପ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି୤ ଯାହାର ଫଳସ୍ବରୂପ ଏହି ଜିଲ୍ଲାରେ ମିଳୁଥିବା ଡୋଲୋମାଇଟ୍‌କୁ ବ୍ୟବହାର କରି ଏକାଧିକ ସିମେଣ୍ଟ କାରଖାନା ଆରମ୍ଭ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଛି୤

ସେହିପରି ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ରହିଥିବା ଅନେକ କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପାନୁଷ୍ଠାନଗୁଡ଼ିକ ବିଗତ କିଛିବର୍ଷ ଧରି ମାଓବାଦୀ ବା ଅନ୍ୟାନ୍ୟ ଅପରାଧିକ ସଙ୍ଗଠନମାନଙ୍କ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି୤ ଏହି ସଙ୍ଗଠନଗୁଡ଼ିକ ଶିଳ୍ପପତିମାନଙ୍କୁ ମୋଟାଅଙ୍କର ଚାନ୍ଦା ଦେବା ପାଇଁ ବାଧ୍ୟ କରୁଥିବାରୁ ଅନେକ ଶିଳ୍ପପତି ସେମାନଙ୍କ ଶିଳ୍ପାନୁଷ୍ଠାନର ଉତ୍ପାଦନ କମାଇଦେଇଛନ୍ତି ବା ସାମୟିକ ଭାବେ ବନ୍ଦ କରିଦେଇଛନ୍ତି୤

ଗୋଟିଏ ସମୟରେ ଜିଲ୍ଲାର ମୁଖ୍ୟ ଶିଳ୍ପସଂସ୍ଥା କୁହାଯାଉଥିବା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ଦେଖାଦେଇଥିବା ଦୁର୍ଦ୍ଦିନ ପରବର୍ତ୍ତୀ ସମୟରେ ବଦଳିଥିଲା୤ ଯାହାର ଫଳସ୍ବରୂପ ସମ୍ପ୍ରତି ଏହି ସଂସ୍ଥାରେ ପ୍ରାୟ ୧୨ହଜାର କୋଟି ଟଙ୍କାରେ ହେଉଥିବା ଆଧୁନିକୀକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି୤ଏହି ଆଧୁନିକୀକରଣ କାର୍ଯ୍ୟ ସମାପ୍ତ ହେଲାପରେ ଆର୍‌ଏସ୍‌ପିର ଉତ୍ପାଦନ କ୍ଷମତା ବର୍ତ୍ତମାନର ଉତ୍ପାଦନଠାରୁ ଦୁଇଗୁଣରୁ କିଛି ଅଧିକ ବୃଦ୍ଧି ପାଇବ୤ କିନ୍ତୁ ରାଉରକେଲା ବା ଆଖପାଖ ଅଞ୍ଚଳରେ ଥିବା ଶିଳ୍ପସଂସ୍ଥାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ କୌଣସି ପ୍ରଚେଷ୍ଟା ଅଦ୍ୟାବଧି ହୋଇନାହିଁ୤ ସେହିଭଳି ରାଉରକେଲା ସହରରେ ଥିବା ବନ୍ଧମୁଣ୍ଡାରେ ରେଳବାଇ ହଜାରହଜାର ଏକର ଅବ୍ୟବହୃତ ଜମିରେ ରେଳ‌ଡ଼ବା ମରାମତି ବା ରେଳଡ଼ବା ନିର୍ମାଣ କାରଖାନା ପାଇଁ ସମସ୍ତ ଅନୁକୂଳ ସ୍ଥିତି ରହିଛି୤ ଏହା ସତ୍ତ୍ବେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ୤

ଭୁଲ ପରିଚାଳନା ଏବଂ ଜଗତୀକରଣ ପ୍ରଭାବରୁ ଜିଲ୍ଲାର ଆଉ କେତେକ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି୤ ରାଉରକେଲା ସହରର ଅନତି ଦୂରରେ ଅବସ୍ଥିତ ଲାଠିକଟା ସ୍ଥିତ ଓରିଣ୍ଡ କାରଖାନା ଏହାର ଉଦାହରଣ୤ ଦୀର୍ଘବର୍ଷ ଧରି ଏହି ସଂସ୍ଥା ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛି୤ ରାଉରକେଲା ଇସ୍ପାତ କାରଖାନା ସ୍ଥାପନା ପରେ ଇସ୍ପାତ ସହରର ଅନତି ଦୂରରେ ସ୍ଥାପିତ ଏହି କାରଖାନା ସ୍ଥାପନା ପରେ ଏକ ଛୋଟ ସହରର ମାନ୍ୟତା ପାଇଥିବା ଲାଠିକଟା ଏବେ ମୃତପ୍ରାୟ୤

ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଶିଳ୍ପସଂସ୍ଥା ସଂଖ୍ୟା କମିକମି ଯାଉଛି୤ ଗୋଟିଏ ସମୟରେ ଏଠାରେ ଶିଳ୍ପପ୍ରତିଷ୍ଠା ପାଇଁ ସମସ୍ତ ଅନୁକୂଳ ବ୍ୟବସ୍ଥା ରହିଥିଲାବେଳେ ଏବେ ସମୟର ପରିବର୍ତ୍ତନ ଫଳରେ ସ୍ଥିତି ବଦଳି ଯାଇଛି୤ ଏହା ଫଳରେ ଏକଦା ସମଗ୍ର ରାଜ୍ୟର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିବା ରାଉରକେଲାର ପରିଚିତ ପରିବର୍ତ୍ତନ ହେବାର ଆଶଙ୍କା ସୃଷ୍ଟି ହୋଇଛି୤ ଏହିପରି ସ୍ଥିତିରେ ରାଜ୍ୟସରକାରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିମାନେ ଉକ୍ତ ସମସ୍ୟା ବାବଦରେ ମିଳିତ ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି୤

Recently Published :
 

1 Response

  1. Dillip says:

    Dont worry Rourkelites,people who are jealous of Rourkela’s development and some pseudo rourkelites are propagating the agenda that Rourkela will be a dead city RSP will b closed blah blah

    Here is the news that will cheer u up

    http://www.orissadiary.com/ShowBussinessNews.asp?id=35876

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg