Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
January 2020
M T W T F S S
     
 12345
6789101112
13141516171819
20212223242526
2728293031  

ସ୍ମାର୍ଟ ସିଟି ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ମତାମତ ଗ୍ରହଣ ପ୍ରକ୍ରିୟା ଆରମ୍ଭ

Date : September 24th, 2015
Share : | More

ରାଉରକେଲା: ନିକଟରେ କେନ୍ଦ୍ର ସରକାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଭିନ୍ନ ସହରକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲା ସ୍ଥାନପାଇଛି। ଏ ନେଇ ଆସନ୍ତା ଡିସେମ୍ବର ମାସରେ ବିସ୍ତୃତ ବିବରଣୀ ଥିବା ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫିଡ୍‌ବେକ୍‌ ଇନ୍‌ଫ୍ରା ନାମକ ଏକ ପରାମର୍ଶଦାତା ସଂସ୍ଥାକୁ ବିଭିନ୍ନ ବର୍ଗର ଜନସାଧାରଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଉରକେଲାର ପଦ୍ମନାଭ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କଠାରୁ ‘ସ୍ମାର୍ଟ ସହର : ସ୍ମାର୍ଟ ନାଗରିକ, ସର୍ବସାଧାରଣ ପରାମର୍ଶ’ ଶୀର୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ମତାମତ ସଂଗ୍ରହ ଆରମ୍ଭ ହୋଇଛି। ଏଥିରେ ଫିଡ୍‌ବେକ୍‌ ଇନ୍‌ଫ୍ରା ସଂସ୍ଥାର ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ରାଉରକେଲା ସ୍ମାର୍ଟ ସିଟି ହେବା ପାଇଁ ଆବଶ୍ୟକ ବିଭିନ୍ନ ଭିତ୍ତିଭୂମିର ବିକାଶ କିପରି ହେବ, ସେ ନେଇ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗଦେଇ ସହରର ପରିମଳ ବ୍ୟବସ୍ଥା, ଗମନାଗମନ, ଯୋଗାଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ଉପରେ ମତାମତ ଦେଇଥିଲେ। ଏହି ମତାମତଗୁଡ଼ିକ କିପରି ସଠିକ୍‌ ରୂପେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ନିର୍ଦ୍ଦିଷ୍ଟ ମତସଂଗ୍ରହ କରାଯାଉଛି। ଏହିପରି କାର୍ଯ୍ୟକ୍ରମ ଆସନ୍ତା ଦିନମାନଙ୍କରେ ସହର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ମିଳିଥିବା ମତାମତକୁ ସମୀକ୍ଷା କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg