Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
July 2019
M T W T F S S
     
1234567
891011121314
15161718192021
22232425262728
293031  

ସୁନ୍ଦରଗଡ଼ ଜିଲ୍ଲା ପ୍ରତି ବେମାତୃକ ମନୋଭାବର ଆଉ ଏକ ନମୁନା

Date : April 23rd, 2014
Share : | More

* ରାଉରକେଲାରେ ଥିବା ହକି ଉତ୍କର୍ଷ କେନ୍ଦ୍ର ଭୁବନେଶ୍ବରକୁ ଉଠିବ! *
ରାଉରକେଲା: ବିଗତ କିଛିଦିନ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାକୁ ବାରମ୍ବାର ଅବହେଳା କରାଯାଉଥିବା ନେଇ ଏକାଧିକ ଉଦାହରଣ ଦେଖିବାକୁ ମିଳିଛି୤ ଏହି କ୍ରମରେ ସଦ୍ୟତମ ଉଦାହରଣ ହେଉଛି ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ହକି ଖେଳ ପାଇଁ ସେଣ୍ଟର୍‌ ଅଫ୍‌ ଏକ୍ସସେଲେନ୍ସ ବା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି୤ ପାନପୋଷ କ୍ରୀଡ଼ା ଛାତ୍ରାବାସର ଜଣେ ବରିଷ୍ଠ ପ୍ରଶିକ୍ଷକଙ୍କ ସୂଚନା ମୁତାବକ ଉକ୍ତ କେନ୍ଦ୍ରଟି ଚଳିତମାସ ପହିଲାରୁ ଭୁବନେଶ୍ବରକୁ ଉଠିଯିବା ନିମନ୍ତେ ସମସ୍ତ ଯୋଜନା ହୋଇଥିଲା୤ କିନ୍ତୁ ଚଳିତ ମାସ ରାଜ୍ୟରେ ନିର୍ବାଚନ ହେଉଥିବାରୁ ଆସନ୍ତା ମାସ ଅର୍ଥାତ୍‌ ମଇ ମାସ ୧ତାରିଖରୁ ଏହି କେନ୍ଦ୍ର ଭୁବନେଶ୍ବରକୁ ଉଠିଯିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି୤

ଏଠାରେ ସୂଚନାଯୋଗ୍ୟ ଯେ, ଏଠାରେ ୮୦ଦଶକରେ ଆରମ୍ଭ ହୋଇଥିବା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଅନେକ ଆନ୍ତର୍ଜାତୀୟ ମହିଳା ଓ ପୁରୁଷ ହକି ଖେଳାଳି ପ୍ରଶିକ୍ଷଣ ନେଇ ପ୍ରତିଷ୍ଠା ଲାଭ କରିଛନ୍ତି୤ ତେଣୁ ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ କ୍ରୀଡ଼ା ଛାତ୍ରାବାସର ହକି ଖେଳାଳିମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି୤ ସେଥିପାଇଁ ୨୦୦୨ ମସିହାରୁ ଏଠାରେ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଉନ୍ନତମାନର ଖେଳ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି୤ ଏଠାରେ ଥିବା ଖେଳାଳିମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୨୦୧୩ ତାରିଖ ନଭେମ୍ବର ୨୫ତାରିଖର ବିଜ୍ଞପ୍ତି ନଂ.- ୧୧୬୩୨ ମୁତାବକ ଉକ୍ତ କେନ୍ଦ୍ରର ପୂର୍ବରୁ ଥିବା ସ୍ଥାନ ସଂଖ୍ୟା ୧୮ + ୧୮(ପୁରୁଷ ଓ ମହିଳା)କୁ ବୃଦ୍ଧି କରାଯାଇ ୩୦ + ୩୦ କରାଯାଇଛି୤ କିନ୍ତୁ ମାତ୍ର ୪ ମାସ ମଧ୍ୟରେ କେଉଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଥିବା କେନ୍ଦ୍ରକୁ ଭୁବନେଶ୍ବର ଉଠାଇନେବା ପାଇଁ ବ୍ୟବସ୍ଥା ହୋଇଛି ସେ ନେଇ ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସର କାର୍ଯ୍ୟକାରୀ ମୁଖ୍ୟ ଅଧିକାରୀ ଅମୂଲ୍ୟାନନ୍ଦ ବିହାରୀ କୌଣସି ସୂଚନା ଦେଇ ପାରିନାହାଁନ୍ତି୤ ଅପରପକ୍ଷେ ଶ୍ରୀ ବିହାରୀଙ୍କ ସୂଚନା ମୁତାବକ ଏ ବାବଦରେ ସେ କୌଣସି ପତ୍ର ପାଇ ନାହାଁନ୍ତି ବୋଲି କହିଛନ୍ତି୤ କିନ୍ତୁ ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥିଙ୍କ ସୂଚନା ମୁତାବକ ଭୁବନେଶ୍ବରଠାରେ ଥିବା କଳିଙ୍ଗ ଷ୍ଟାଡିୟମ୍‌ରେ ଅଧିକ ସୁବିଧା ସୁଯୋଗ ଥିବାରୁ ଉକ୍ତ କେନ୍ଦ୍ର ସେଠାରେ କାର୍ଯ୍ୟ କଲେ ଖେଳାଳିମାନେ ଅଧିକ ଲାଭବାନ ହେବେ୤ ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବର୍ତ୍ତମାନର ରାଜ୍ୟସଭା ସାଂସଦ ତଥା ପୂର୍ବତନ ବିଶିଷ୍ଟ ଆନ୍ତର୍ଜାତୀୟ ହକି ଖେଳାଳି ଦିଲ୍ଲୀପ ତିର୍କୀ ଏହି ପଦକ୍ଷେପକୁ ସମର୍ଥନ କରିବା ସହ ଏହାଫଳରେ ଜିଲ୍ଲାର ହକି ଖେଳାଳିମାନେ ଅଧିକ ସୁବିଧା ଓ ସୁଯୋଗ ପାଇବେ ବୋଲି କହିଛନ୍ତି୤

ସମ୍ପ୍ରତି ପାନପୋଷ କ୍ରିଡ଼ା ଛାତ୍ରାବାସରେ ରହିଥିବା ଗୋଟିଏ ଆଷ୍ଟ୍ରୋଟର୍ଫ ପଡ଼ିଆ ରହିଥିଲାବେଳେ ଆଉ ଏକ ଆଷ୍ଟ୍ରୋଟର୍ଫ ପଡ଼ିଆ ମଧ୍ୟ ଏଠାରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି୤ ଏହା ବ୍ୟତୀତ ରାଉରକେଲାଠାରେ ଆର୍‌ଏସ୍‌ପି ପକ୍ଷରୁ ସେଲ୍‌ ହକି ଏକାଡେମୀ ମାଧ୍ୟମରେ କିଛି ହକି ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ବିଜୁ ପଟ୍ଟନାୟକ ହକି ଏକାଡେମୀ ପ୍ରତିଷ୍ଠା କରାଯାଇ ଗୋଟିଏ ଆଷ୍ଟ୍ରୋଟର୍ଫ ସ୍ଥାପନା କରାଯାଇଛି୤ ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡିୟମ୍‌ରେ ଗୋଟିଏ ମାତ୍ର ଆଷ୍ଟ୍ରୋଟର୍ଫ୍‌ ରହିଛି୤ ତେଣୁ ସେଠାରେ ଏକା ସମୟରେ ମହିଳା ଓ ପୁରୁଷ ଖେଳାଳି ଅଭ୍ୟାସ କରିବା ସମ୍ଭବ ନୁହେଁ୤ ସେହିଭଳି ଭୁବନେଶ୍ବରର ଜଳବାୟୁ ମଧ୍ୟ ରାଉରକେଲା ପରି ହକି ଖେଳ ପାଇଁ ଅନୁକୂଳ ନୁହେଁ୤ କାରଣ ବର୍ଷର ଅଧିକ ସମୟରେ ଏଠାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ହକି ଖେଳାଳିମାନେ ଏହି ଜଳବାୟୁରେ ଅଧିକ ସମୟ ଅଭ୍ୟାସ କରିବା ସୁବିଧା ହେବ ନାହିଁ୤ ଏସବୁ ସତ୍ତ୍ବେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ତଥା ବରିଷ୍ଠ ଖେଳାଳି ଦିଲ୍ଲୀପ ତିର୍କୀ ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ହକି ଉତ୍କର୍ଷ କେନ୍ଦ୍ର ଭୁବନେଶ୍ବରରେ ସ୍ଥାପନା ପାଇଁ ଚେଷ୍ଟିତ ଅଛନ୍ତି ବୋଲି ଅଭିଯୋଗ ହୋଇଛି୤

ଭୁବନେଶ୍ବରରେ ଉକ୍ତ କେନ୍ଦ୍ର ସ୍ଥାପନା ବାବଦରେ ରାଜ୍ୟ କ୍ରୀଡ଼ା ବିଭାଗର ସହକାରୀ ନିର୍ଦ୍ଦେଶକ ଅଖିଳ ବିହାରୀ ଦାସଙ୍କ ସହିତ ଯୋଗାଯୋଗ କରାଯାଇଥିଲା୤ ତାଙ୍କ ସୂଚନା ମୁତାବକ ଭୁବନେଶ୍ବରରେ ଏହି ଉତ୍କର୍ଷ କେନ୍ଦ୍ର ସ୍ଥାପନା ହେଲେ ଖେଳାଳିମାନେ ଅଧିକ ସୁବିଧା ସୁଯୋଗ ପାଇବା ସହିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଅଧିକ ସଂଖ୍ୟକ ଖେଳାଳି ସ୍ଥାନ ପାଇପାରିବେ୤ ଏହାସହିତ ଚଳିତ ବର୍ଷ ଜୁନ୍‌ମାସ ସୁଦ୍ଧା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଦ୍ବିତୀୟ ଆଷ୍ଟ୍ରୋଟର୍ଫ କାର୍ଯ୍ୟକ୍ଷମ ହେବା ସହ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ୤ ଏହାଫଳରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଖେଳାଳିମାନେ ସମସ୍ତ ପ୍ରକାରର ଉନ୍ନତମାନର ସୁବିଧା ପାଇବାରେ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଦାଶ କହିଥିଲେ୤

ଉପରୋକ୍ତ ସମସ୍ତ ଘଟଣାକ୍ରମରୁ ମିଳୁଥିବା ସୂଚନା ମୁତାବକ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ହକି ଉତ୍କର୍ଷ କେନ୍ଦ୍ର ସ୍ଥାନାନ୍ତର ହେବା ନିଶ୍ଚିତ୤ ଏଭଳି ସ୍ଥିତିରେ ଜିଲ୍ଲାର ବରିଷ୍ଠ ହକି ଖେଳାଳିମାନଙ୍କ ସମେତ ଅନ୍ୟ କ୍ରୀଡ଼ାବୀତ୍‌ମାନେ ଏକତ୍ରିତ ହୋଇ ଏହି ଉଦ୍ୟମକୁ ବିରୋଧ କରିବାର ଆବଶ୍ୟକତା ରହିଛି୤ ନଚେତ୍‌ ସବୁ ଉନ୍ନୟନ କାର୍ଯ୍ୟ ଭୁବନେଶ୍ବର ବା ଆଖପାଖ ଅଞ୍ଚଳରେ ହେବା ନାଁରେ ଉକ୍ତ ଅନୁଷ୍ଠାନକୁ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ହରାଇବ୤

Recently Published :
 

6 Responses

  1. alok says:

    If it comes to the state govt they gonna move everything including NIT and RSP to BBSR.In the name of better facilities the state govt is always trying to move things out of Rourkela to BBSR.There was a time when RKl was the preferred place to live in Orissa.Then the state govt developed BBSR.Why they can’t do the same for Rourkela when it needs state govt’s involvement.Why the stats govt is only making things worst for Rourkela.Hope Mr Dilip Ray wins from RKL and stops this biased attitude of the stats govt.

  2. MIHIR says:

    delip tiki number one chor hai.

  3. Pradeep K Satpathy says:

    I still cant Understand the state govt provision to shift Sports academy to Bhubaneswar..
    They are trying to escape every project to Bhubaneswar.Whts going wrong with Nabin Pattanaik & 2 two fool present & past ministers of Rourkela..
    It seems like Rourkela in not in Odisha…

  4. Dillip says:

    Seems people of Rourkela will only complain and lose things to Bhubaneswar.

    Why no City Bus is playing till date whereas the same has completed 3 months at Sambalpur-Jharsuguda region

  5. Sourav Kumar says:

    AGAIN ROURKELA IS NEGLECTED FOR CITY BUS SERVICE..WE SHOULD BEAT SHARADA NAYAK TILL DEATH

    Odisha government to run City bus service in Balasore, Koraput districts
    Odisha government decided to run City bus service in Balasore and Koraput districts. The state government will run this City bus service under Jawaharlal Nehru National Urban Renewal Mission (JnNURM) in Balasore and Koraput district. It should be noted that earlier on October 2013 the state government decided to run city bus services in Rourkela, Rajgangpur, Biramitrapur, Balasore, Bhadrak, Bolangir- Patnagarh and Jeypore, Koraput, Sunabeda

    http://www.orissadiary.com/CurrentNews.asp?id=49714

Leave a Reply to Dillip

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg