ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା : ୬-୧ ଗୋଲ୍ରେ କଟକକୁ ହରାଇ ସୁନ୍ଦରଗଡ଼ ଚମ୍ପିଆନ୍
ରାଉରକେଲା: ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଅନୁଷ୍ଠିତ ତୃତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତାରେ ୬-୧ ଗୋଲ୍ରେ କଟକକୁ ହରାଇ ସୁନ୍ଦରଗଡ଼ ଦଳ ଚମ୍ପିଆନ୍ ହୋଇଛି ଆଜି ସକାଳେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ଗଞ୍ଜାମ ଦଳକୁ ୮-୧ ଗୋଲ୍ର ବଡ଼ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲା ପରେ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଓ କଟକ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍ ଖେଳରେ ସୁନ୍ଦରଗଡ଼ ୬-୧ ଗୋଲ୍ ବ୍ୟବଧାନରେ କଟକ ଦଳକୁ ହରାଇ ବିଜୟୀ ହେବା ସହ ଚମ୍ପିଆନ୍ ହୋଇଛି ଏହି ଫାଇନାଲ୍ ଖେଳର ପ୍ରଥମାର୍ଦ୍ଧରେ ସୁନ୍ଦରଗଡ଼ ଦଳ ପକ୍ଷରୁ ବିରାଜିନୀ ଏକ୍କା ୫ମିନିଟ୍ରେ ଓ ଏଲିମା ମିଞ୍ଜ ୧୦ ମିନିଟ୍ରେ ଗୋଟିଏ ଲେଖା ଗୋଲ୍ ଦେଇ ନିଜ ଦଳକୁ ଅଗ୍ରଣୀ କରାଇଥିଲେ ସେହିପରି କଟକ ଦଳ ପକ୍ଷରୁ ଭାରତୀ ଏକ୍କା ୧୪ମିନିଟ୍ରେ ଗୋଟିଏ ମାତ୍ର ଗୋଲ୍ ଦେଇଥିଲେ
ଖେଳର ଶେଷାର୍ଦ୍ଧରେ ସୁନ୍ଦରଗଡ଼ ଦଳର ଏଲିମା ମିଞ୍ଜ ଯଥାକ୍ରମେ ୩୯ ଓ ୪୬ ମିନିଟ୍ରେ ଗୋଟିଏ ଲେଖା ଗୋଲ୍ ଦେଇଥିଲାବେଳେ ୪୩ ଓ ୫୬ ମିନିଟ୍ରେ ଯଥାକ୍ରମେ ପେନାଲ୍ଟି କର୍ଣ୍ଣର୍ ସହାୟତାରେ ଜିରା ଏକ୍କା ଓ ମାରିୟମ୍ କୁଜୁର ଗୋଟିଏ ଲେଖା ଗୋଲ୍ ଦେଇ ନିଜ ଦଳକୁ ୬-୧ରେ ବିଜୟୀ ହେବାରେ ସହାୟକ ହୋଇଥିଲେ ଆଜିର ଫାଇନାଲ୍ ଖେଳକୁ ନିଶାନ ଜ୍ୟୋତି ମହାନ୍ତି ଓ ବିଶ୍ବରଞ୍ଜନ ଷଡ଼ଙ୍ଗୀ ଅମ୍ପାୟାର୍ ଭାବେ ପରିଚାଳନା କରିଥିଲାବେଳେ ତାଙ୍କୁ ପ୍ଲୋରେନ୍ସିଆ ଏକ୍କା ତୃତୀୟ ଅମ୍ପାୟାର୍ ଭାବେ ସହାୟତା କରିଥିଲେ
ଫାଇନାଲ୍ ଖେଳ ଅବସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ନାଥ ମିଶ୍ର ଯୋଗଦେଇ ବିଜୟୀ ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ, ସୁନ୍ଦରଗଡ଼ ଜିଲ୍ଲା ହକି ସଂଘର ସମ୍ପାଦକ ଅକ୍ଷୟ ଚୌଧୁରୀ, ଉପସଭାପତି ଭିକ୍ଟର କୁଜୁର ଏବଂ ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ଅମୂଲ୍ୟାନନ୍ଦ ବିହାରୀ ଓ ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ
* ନାମ ରାଜ୍ୟସ୍ତରୀୟ ପ୍ରତିଯୋଗିତା: କାମ ଜିଲ୍ଲାସ୍ତରୀୟ *
ଗତ ୨୧ତାରିଖରୁ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ଆଜି ସମାପ୍ତ ହୋଇଛି ଏହି ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ସମେତ ମୋତ ୮ଟି ଦଳ ଭାଗ ନେଇଥିଲେ କିନ୍ତୁ ସୂଚନା ମୁତାବକ ମାତ୍ର କିଛି ହାତଗଣତି ଖେଳାଳିମାନଙ୍କୁ ବାଦ୍ ଦେଲେ ୭ଟି ଜିଲ୍ଲାର ଦଳ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିମାନେ ହିଁ ଖେଳୁଥିଲେ ଏହା ଫଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନାମରେ ହେଉଥିବା ପ୍ରତିଯୋଗିତା କେବଳ ଏକ ପ୍ରହସନ ବୋଲି ଆଲୋଚନା ହୋଇଛି ଏ ବାବଦରେ ପ୍ରତିଯୋଗିତାର ଆୟୋଜକ ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥିଙ୍କୁ ପଚରାଯିବାରେ ଏହା ଦ୍ବାରା ଖେଳାଳିମାନଙ୍କର ଲାଭ ହେଉଛି ବୋଲି କହିଥିଲେ କିନ୍ତୁ ଗୋଟିଏ ଜିଲ୍ଲାର ଖେଳାଳିମାନଙ୍କୁ ଅନ୍ୟ ଜିଲ୍ଲାର ଖେଳାଳିଭାବେ ଖେଳାଇବା ଫଳରେ କ’ଣ ଲାଭ ହେଉଛି ସେ ନେଇ ଶ୍ରୀ ଶତପଥି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ସେହିପରି ସାଧାରଣତଃ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ରାଜ୍ୟ ସ୍ତରର ପ୍ରତିଯୋଗିତାରୁ ଖେଳାଳି ଚୟନ ହୋଇଥାଏ କିନ୍ତୁ ପ୍ରାୟ ଏକମାସ ତଳୁ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ସରିଥିଲାବେଳେ ଏବେ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରାଯିବାର ଯଥାର୍ଥତା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ଏ ନେଇ ଶ୍ରୀ ଶତପଥି ମଧ୍ୟ କୌଣସି ଉତ୍ତର ଦେବାରେ ଅସମର୍ଥ ହୋଇଥିଲେ
ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ମାର୍ଚ୍ଚ ମାସରେ ଏଠାରେ ଅନୁଷ୍ଠିତ ଦ୍ବିତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ଆୟୋଜନ ମଧ୍ୟ ଉପରୋକ୍ତ ଢାଞ୍ଚାରେ ହୋଇଥିଲା ଏ ନେଇ ସେତେବେଳେ ଅଭିଯୋଗ ମଧ୍ୟ ହୋଇଥିଲା ଏହା ସତ୍ତ୍ବେ ମଧ୍ୟ ଚଳିତ ବର୍ଷ ସମାନ ଢାଞ୍ଚାରେ ପ୍ରତିଯୋଗିତା ଅନୁଷ୍ଠିତ ହେବାପରେ ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ ବିଫଳ ହୋଇଛି ବୋଲି ଆଲୋଚନା ହେଉଛି